ଓଡ଼ିଆ ଚଳଚ୍ଚିତ୍ର ପରିଚୟ ଆଜି ରିଲିଜ୍ ହୋଇଚି। ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର ଙ୍କ ପ୍ରଡ଼କସନ ବ୍ୟାନରରେ ପ୍ରସ୍ତୁତ, ଚଳଚ୍ଚିତ୍ର ପରିଚୟ ଆଜି କଟକ ସଙ୍ଗମ ହଲ ରେ ମୁକ୍ତିଲାଭ କରିଚି। ଏକକାଳୀନ 19 ଟି ହଲରେ ଏହି ଫିଲ୍ମ ରିଲିଜ ହୋଇଛି। ଫିଲ୍ମ ନିର୍ମାଣରେ 25 ଦିନ ଲାଗିଥିବା ବେଳେ ଏହା ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଏହି ଫିଲ୍ମ ରେ ସମାଜ ପାଇଁ ଅନେକ ବାର୍ତ୍ତା ରହିଚି । ମଣିଷ ଜନ୍ମ ରୁ ନୁହେଁ ତାର କର୍ମ ରୁ ହିଁ ମଣିଷ ପରିଚୟ ପାଇଥାଏ।ସେହିପରି ଜଗତର କେହି ହେଲେ ଅନାଥ ନୁହଁନ୍ତି।
ଜଗତରେ ନାଥ ଯେତେବେଳେ ଜଗନ୍ନାଥ ଅଛନ୍ତି, କେହି ହେଲେ ଅନାଥ ନୁହନ୍ତି। ଫିଲ୍ମ ରେ ଅନାଥ ପିଲାକୁ କିପରି ନିଜର କରାଯାଇଛି ସେ ବାର୍ତ୍ତାକୁ ଦର୍ଶା ଯାଇଚି। ଚଲଚିତ୍ର କାହାଣୀ, କଳାକାର ମାନକ ଅଭିନୟ , ସଙ୍ଗୀତ, ସମସ୍ତଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଏବଂ ଓଡ଼ିଆ ସିନେ ଜଗତରେ ଶୁଣା ଅଭିନେତା ସାତ୍ୟକି ମିଶ୍ର କହିଛନ୍ତି। ନିଜ ଅଭିନୟ ପାଇଁ ସାତ୍ୟକି ମିଶ୍ର ଯେତିକି ପରିଚିତ କ୍ୟାନ୍ସର ଯୋଦ୍ଧା ଭାବେ ସେ ବେଶ ଲୋକାଦୃତ। 2023 ଜାନୁଆରୀ 2 ତାରିଖ ରେ ଫିଲ୍ମ ରିଲିଜ ପାଇଁ ଲକ୍ଷ୍ୟ ରଖାଯାଇଥିଲା ହେଲେ 3 ବର୍ଷ ପରେ ଏହା ଆଜି ମୁକ୍ତିଲାଭ କରିଚି। ସେପଟେ ଚଳଚ୍ଚିତ୍ର ପରିଚୟ ଫିଲ୍ମ ର ଅଭିନେତା , ଅଭିନେତ୍ରୀ, ଓ ଅନ୍ୟ ସହ ଯୋଗୀ କଳାକାର ମାନଙ୍କ ଆକ୍ଟିଂ ବେଶ ମନଲୋଭା ହୋଇପାରିବ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ସେ ମକହିଛନ୍ତି। ଓଡ଼ିଶା ଫିଲ୍ମ କୁ ନେଇ ଦର୍ଶକଙ୍କ ଭିତରେ ଆଗ୍ରହ ବେଶ ବଢଥିବା ବେଳେ ଏହି ଫିଲ୍ମ ସମାଜକୁ ଅନେକ ବାର୍ତ୍ତା ରହିଚି। ଓଡ଼ିଆ ଚଳଚ୍ଚିତ୍ର ପରିଚୟ ବେଶ ଆଦୃତ ହେବ ବୋଲି ଏହାର ପ୍ରଯୋଜକ ତଥା ନିର୍ଦ୍ଦେଶକ ଏବଂ ସହ ପ୍ରଯୋଜଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଚଳଚ୍ଚିତ୍ର ପରିଚୟ ର ପ୍ରୀମିୟର ସୋ କୁ ଦେଖିବା ଲାଗି ହଲରେ ଦର୍ଶକ ଙ୍କ ଭିଡ଼ ଜମିଛି। ପ୍ରଥମ ଦିନରେ ଚଳଚ୍ଚିତ୍ର ପରିଚୟ ବେଶ ଭଲ ହୋଇଥିବା ଦର୍ଶକ ମାନେ କହିଛନ୍ନ୍ତି। ପରିଚୟ ଫିଲ୍ମ ର ସ୍କ୍ରିନ ପ୍ଲେ ଝିଅ ସତରୁପା ମିଶ୍ର ଦାୟିତ୍ଵ ତୁଲାଉଛନ୍ତି।
