ବସ୍ତା ଥାନା କୁଳିଦା ପଞ୍ଚାୟତ ର ସଚେତନ ନାଗରିକ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି.।ସୂଚନା ଅନୁଯାୟୀ;ଗତ ୨୦ ତାରିଖ ସନ୍ଧ୍ୟା ରେ ବସ୍ତା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ର ଜୁଣବଳଦା ଛକ ନିକଟରେ ଜଣେ ଯୁବକଙ୍କୁ ଚାରି ଜଣ ଯୁବକ ଭୁଜାଲିରେ ଆକ୍ରମଣ କରି ମାରିଦେବା ଘଟଣା ରେ ପୋଲିସ ଅଭିଯୁକ୍ତ ଚାରି ଜଣ ଙ୍କୁ ଗିରଫ କରି କୋର୍ଟ ପଠାଇଛନ୍ତି।ତେବେ ଆକ୍ରମଣକାରୀ ମାନେ ଉକ୍ତ ପଞ୍ଚାୟତ ର ପଦିମା ଗ୍ରାମର ଓ ଜଣେ ସହଯୋଗୀ ଜଳେଶ୍ୱର ଥାନା ବଜାରଶୋଳ ଗ୍ରାମର ହୋଇଥିବା ବେଳେ ମୃତକ ଜଣକ ହେଲେ ଜୁଣବଳଦା ଗ୍ରାମର।
ତେଣୁ ପ୍ରଥମ ଥର ପାଇଁ ଉକ୍ତ ଅଞ୍ଚଳ ରେ ଏପରି ଏକ ହତ୍ୟାକାଣ୍ଡ ଘଟିଥିବା ରୁ କୁଳିଦା ପଞ୍ଚାୟତ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସଦସ୍ୟ ଜନ୍ମେଜୟ ପରିଡ଼ା ଙ୍କ ଆବାହନ ରେ ସ୍ଥାନୀୟ ସରପଞ୍ଚ ଅନ୍ନପୂର୍ଣ୍ଣା ସେନାପତି ସଭାପତିତ୍ବ କରିଥିଲାବେଳେ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ମହାନ୍ତି,ବସନ୍ତ କୁମାର ଦେ,ନାଏବ ସରପଞ୍ଚ ଅରବିନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତ ତଥା ଗ୍ରାମ ଗ୍ରାମ ମଧ୍ୟରେ ସୁସମ୍ପର୍କ ରଖି ଶାନ୍ତି ବଜାଇ ରଖିବାକୁ ଆହ୍ୱାନ ଦେଇଥିଲେ, ଅଭିଯୁକ୍ତ ଓ ସହଯୋଗୀ ଙ୍କୁ ଫାଷ୍ଟଟ୍ରାକ୍ କୋର୍ଟ ରେ କଠୋର ରୁ କଠୋରତମ ଦଣ୍ଡ ବିଧାନ,୧୬ ନଂ ଜାତୀୟ ରାଜପଥ ରେ ପାଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି, ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ, ପରିବାରକୁ ସୁରକ୍ଷା,ନାରକୀୟ କାଣ୍ଡ ର ମୁଖ୍ୟ କାରଣ ମଦ ଓ ନିଶା ହୋଇଥିବାରୁ ବେଆଇନ୍ ଓ ଚୋରା ମଦ ଦୋକାନ ଉପରେ ଚଢ଼ାଉ ତଥା ନିଶା ଠାରୁ ଯୁବବର୍ଗ ଙ୍କୁ ଦୁରେଇ ରହିବାକୁ ନିବେଦନ କରାଯାଇଥିଲା,ତତ୍ ସହିତ ଆକ୍ରମଣ କାରୀ ଙ୍କ ମାମଲା କୁ କୌଣସି ଆଇନଜୀବି ଙ୍କୁ ନ ଲଢ଼ିବାକୁ,କୌଣସି ରାଜନୈତିକ ପଦପଦବୀରେ ଥିବା ବ୍ୟକ୍ତି ବିଶେଷ ମଧ୍ୟ ପ୍ରତ୍ୟେକ୍ଷ ଓ ପରୋକ୍ଷ ସହଯୋଗ ନ କରିବାକୁ ଆହ୍ୱାନ ଦେଇଥିଲେ,ପୋଲିସ ପ୍ରଶାସନ ସମେତ ଉଭୟ ଗ୍ରାମର ଗ୍ରାମବାସୀ, ବୁଦ୍ଧିଜୀବୀ ଙ୍କୁ ନେଇ ଶାନ୍ତି କମିଟି ଗଠନ କରିବାକୁ ନିବେଦନ କରାଯିବା ସହିତ ଯୁବବର୍ଗ ଙ୍କୁ ଆଇନ୍ କୁ ହାତକୁ ନ ନେଇ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରଖିବାକୁ ନିବେଦନ କରାଯାଇଥିଲା।
