ବାଲିଅନ୍ତାରେ ସୌମ୍ୟ ହତ୍ୟାକାଣ୍ଡ, ସାଙ୍ଗ ଓମଙ୍କର ମିଛଧରା ପରୀକ୍ଷା

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନଙ୍କୁ ପିଟି ପିଟି ହତ୍ୟା ମାମଲା । ଏହି ଘଟଣାରେ ସୌମ୍ୟଙ୍କ ବନ୍ଧୁ ଓମଙ୍କର ହେଲା ମିଛ ଧରା ପରୀକ୍ଷା । ଭୁବନେଶ୍ବର ସ୍ଥିତ SFSLରେ ଓମଙ୍କର ମିଛଧରା ପରୀକ୍ଷା କରାଯାଇଛି । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଚାଲିଛି ଛାନବିନ । କୋର୍ଟରୁ ଅନୁମତି ଆଣିବା ପରେ କଡା ସୁରକ୍ଷାରେ ଚାଲିଛି ମିଛ ଧରା ପରୀକ୍ଷା । ପୂର୍ବରୁ ୨ ଦିନିଆ ରିମାଣ୍ଡରେ ଯାଇଥିଲେ ୩ ମୁଖ୍ୟ ଅଭିଯୁକ୍ତ । ୩ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ବଡ଼ଜେନା ଓରଫ କାଳିଆ, ସ୍କାଏଲାବ ପତି ଓ ବିସ୍ମୟ ମହାନ୍ତିଙ୍କୁ ରିମାଣ୍ଡ ରେ ନେଇ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ୨୦ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ସାରିଲାଣି ।

ଗତ ମେ’ ୭ ତାରିଖରେ ବାଲିଅନ୍ତାର ରାମଚନ୍ଦ୍ରପୁରରେ ବାଇକରେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ଓ ତାଙ୍କ ବନ୍ଧୁ ଓମ ଯାଉଥିବା ବେଳେ ଦୁଇ ଯୁବତୀଙ୍କ ସହ ଧକ୍କା ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ଲୋକ ସୌମ୍ୟଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଭିଡ଼ ହିଂସା ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏଯାଏଁ ମାମଲାରେ୨୦ ଜଣଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *