ଅଭିଯୋଗ ର ଏକ ମାସ ପରେ ଅଭିଯୁକ୍ତ କୁ କାବୁ କରି ଥାନାରେ ଅଟକ ରଖିଛନ୍ତି କୋଣାର୍କ ପୋଲିସ

  ନାଁ ବାଳିକା କୁ ଲିଫ୍ଟ ରେ ଆଣି ରାସ୍ତା ନିକଟରେ ଜଙ୍ଗଲ ଭିତରକୁ ନେଇ ବଳାତ୍କାର କରିବାକୁ ଉଦ୍ୟମ କରୁଥିବା ବେଳେ ନାବାଳିକା ନିଜର ଉପସ୍ଥିତ ବୁଦ୍ଧି ବଳରେ ଖସିଯାଇଥିଲା ନାବାଳିକା। ସୂଚନା ଥାଉକି ଗତ ମାର୍ଚ୍ଚ ୨ତାରିଖ ରେ ଜଣେ ନାଁ ବାଳିକା ନିଜ ମାମୁଁ ଘର କୁ ଫେରିବା ବେଳେ ଏକ ଯୁବକ ତାଙ୍କୁ ବାଲିଦୋକାନ ରୁ ନିଜ ବାଇକ୍ ରେ ଲିଫ୍ଟ ନେଇ ରାସ୍ତା ନିକଟରେ ଥିବା ଜଙ୍ଗଲରେ କରିଥିଲା ବଳାତ୍କାର କରିବାକୁ ଉଦ୍ୟମ, କିନ୍ତୁ ନାଁ ବାଳିକା ର ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତୀ ଯାଇଥିଲା ନାଁ ବାଳିକା ଜଣକ । ପରେ ପରିବାର କୁ ଖବର ଦେଇ କୋଣାର୍କ ଥାନାରେ କରିଥିଲେ ଅଭିଯୋଗ।  ଅଭିଯୋଗ ର ଏକ ମାସ ପରେ ଅଭିଯୁକ୍ତ କୁ ଗତକାଲି ବିଳମ୍ବିତ ରାତିରେ କାବୁ କରି ଥାନାରେ ଅଟକ ରଖିଛି କୋଣାର୍କ ପୋଲିସ । ଆଜି ଡାକ୍ତରୀମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଲେ କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢିୟାରୀ ।ନାବାଳିକା ଛାତ୍ରୀ ଜଣଙ୍କ +୨ର ଛାତ୍ରୀ ଥିବା ବେଳେ ମାମୁଁ ଘର ମୂଷାପଦା ଆସୁଥିବା ବେଳେ ଜଦୁପୁରର ଜଣେ ଯୁବକ ଛାତ୍ରୀଙ୍କୁ ଲିଫ୍ଟ ଦେଇ ନେଉଥିବା ବେଳେ ଗୋଲରାଗଡ଼ ର ନିଛାଟିଆ ଝାଉଁ ଜଙ୍ଗଲ ମଧ୍ୟରେ କରିଥିଲେ ବଳାତ୍କାର ଉଦ୍ୟମ । ପୋଲିସ ଆରମ୍ଭ କରିଛି ପ୍ରାଥମିକ ତଦନ୍ତ । ତଦନ୍ତ ଓ ଉଭୟ ଙ୍କ ବୟାନ ପରେ ପ୍ରକୃତ ଘଟଣା ର ସତ୍ୟାସତ୍ୟ ନିର୍ଣ୍ଣୟ ହେବ ।

Leave a Reply

Your email address will not be published. Required fields are marked *