ନିଜ ଡାଏଟରେ ସାମିଲ କରନ୍ତୁ ପାଳଙ୍ଗ ଶାଗ, ଜାଣନ୍ତୁ କ’ଣ ରହିଛି ଫାଇଦା

ପ୍ରତ୍ୟେକ ଦିନ ଶାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଉତ୍ତମ । ସେଥିପାଇଁ ଲୋକଙ୍କ ଘରେ ପ୍ରତି ଦିନ ଶାଗର କିଛି ନା କିଛି ରୋଷେଇ କରି ଖାଆନ୍ତି । ଶୀତ ଦିନେ ମାର୍କେଟରେ ପ୍ରଚୁର ପରିମାଣରେ ପାଳଙ୍ଗ ଶାଗ ମିଳେ । କିନ୍ତୁ ଏବେ ବର୍ଷସାରା ପାଳଙ୍ଗ ଶାଗ ମାର୍କେଟରେ ମିଳୁଛି । ଯାହାକୁ ଆପଣ ତରକାରୀ ଭଜା କରି ଖାଇପାରିବେ । ନଚେତ ସୁପ୍‌ ତିଆରି କରି ପିଇପାରିବେ। ଆସନ୍ତୁ ଜାଣିବା ପାଳଙ୍ଗ ଶାଗ ଖାଇଲେ ଶରୀରକୁ କ’ଣ ସବୁ ଉପକାର ମିଳିଥାଏ ।

ମୁହଁରେ ହେଉଥିବା ବ୍ରଣ ଓ ତ୍ୱଚା ସମ୍ୱନ୍ଧୀୟ ରୋଗକୁ ଭଲ କରିଥାଏ ପାଳଙ୍ଗ ଶାଗ । ଏଥିରେ ଥିବା ଆଇରନ୍‌, ଭିଟାମିନ୍‌ ଏ, ଫୋଲେଟ୍‌, ଭିଟାମିନ୍‌ ଇ, ମ୍ୟାଗ୍ନେସିୟମ୍‌, ଫାଇବର୍‌ ଓ ପ୍ରୋଟିନ୍‌ ତ୍ୱଚା ପାଇଁ ବେଶ୍‌ ଦରକାରୀ ଓ ଲାଭକାରୀ । ଏହି ସମସ୍ତ ତତ୍ତ୍ୱ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହିତ ହାନିକାରକ ବ୍ୟାକ୍ଟେରିଆ ଠାରୁ ତ୍ୱଚାକୁ ରକ୍ଷା କରିଥାଏ । ଫଳରେ ତ୍ୱଚାରେ ଚମକ ଆସିଥାଏ । ଆଉ ଚେହେରାରେ ଗ୍ଲୋ ବଢ଼ିଥାଏ ।

ପ୍ରତିଦିନ ପାଳଙ୍ଗ ଶାଗ ଖାଇବା ଦ୍ୱାରା ଶରୀରରେ ହେଉଥିବା ଜଳାପୋଡ଼ା ଓ ଯନ୍ତ୍ରଣାକୁ କମ କରିବାରେ ସାହାଯ୍ୟ କରେ ପାଳଙ୍ଗ । କାରଣ ପାଳଙ୍ଗରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଇରନ୍‌ ରହିଛି। ଏହା ଅଷ୍ଟିଓଆର୍ଥରାଇଟିସ୍‌ ରୋଗକୁ କମ୍ କରିଥାଏ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପାଳଙ୍ଗରେ ଥିବା ଆଇରନ୍‌ ଓ ମ୍ୟାଗ୍ନେସିୟମ୍‌ ଷ୍ଟ୍ରେସ୍ ଦୂର କରିବାରେ ସାହାଯ୍ୟ କରେ । ପାଳଙ୍ଗ ଶାଗ ଖାଇଲେ ଛୋଟ ପିଲାଙ୍କର ବୁଦ୍ଧି ତୀକ୍ଷ୍ଣ ହେବା ସହ ସ୍ମରଣ ଶକ୍ତି ବଢ଼େ । ପାଳଙ୍ଗରେ ପ୍ରଚୁର ପରିମାଣରେ ଫାଇବର୍‌ ରହିଛି, ଯାହାକି କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ । ଏହି ସବୁ କାରଣରୁ ପ୍ରତ୍ୟେକ ଦିନ ପାଳଙ୍ଗ ଶାଗ ନିଜ ଡାଏଟରେ ସାମିଲ କରନ୍ତୁ ।

Leave a Reply

Your email address will not be published. Required fields are marked *