ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ: ହାଇକୋର୍ଟରେ ବିଜେଡି

ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂକୁ ନେଇ ହାଇକୋର୍ଟ ଗଲା ବିଜେଡି । ଏନେଇ ସୂଚନା ଦେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ବିଜେଡିର ରିଟ୍‌ ପିଟିସନ ଦାଖଲ କରିଛି । ରାଜ୍ୟସଭା ନିର୍ବାଚନରେ ୮ ସଦସ୍ୟ ଦଳର ନିଷ୍ପତ୍ତି ବିରୋଧରେ ଭୋଟ ଦେଇଥିଲେ । ତେଣୁ ସଦସ୍ୟତା ରଦ୍ଦ ପାଇଁ ପୂର୍ବରୁ ବାଚସ୍ପତିଙ୍କ ନିକଟରେ ଦଳ ପିଟିସନ ଦାଖଲ କରିଥିଲା । ହେଲେ ଟେକ୍ନିକାଲ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ । ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ବିଜେଡି ପିଟିସନ ଦାଖଲ କରିଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବାଚସ୍ପତି ଏକତରଫା ଭାବରେ ନିଷ୍ପତ୍ତି ନେଲେ, ଆମକୁ ଆମର ମତ ରଖିବାକୁ ସୁଯୋଗ ଦେଲେନି । ତାଙ୍କର ଏହି ନିଷ୍ପତ୍ତି ବିରୁଦ୍ଧରେ ଆମେ ହାଇକୋର୍ଟ ଯାଇଛୁ ।

Leave a Reply

Your email address will not be published. Required fields are marked *