ସୁନା ଦରରେ ବଡ଼ ପରିବର୍ତ୍ତନ ସ୍ଥିର ରହିଛି ରୁପା, ଜାଣିନିଅନ୍ତୁ କେତେ ରହିଛି ଦାମ

ବର୍ତ୍ତମାନ ସୁନା କିଣିବାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଇଗଲାଣି । କିନ୍ତୁ ଆଜି ସୁନା ଦରରେ ବଡ଼ ପରିବର୍ତ୍ତନ ଆସିଛି । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୩,୧୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୦,୪୦୦ ଟଙ୍କା ଛୁଇଁଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୩,୧୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୦,୪୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୩,୧୭୦ ଟଙ୍କା ଓ ୨୨ କ୍ୟାରଟେ ମୂଲ୍ୟ ୧,୪୦,୪୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୫୩,୩୨୦ ଟଙ୍କା ଓ ୨୨ କ୍ୟାରଟେ ୧,୪୦,୫୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧,୫୩,୧୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୪୦,୪୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୩,୧୭୦ ଟଙ୍କା ଓ ୨୨ କ୍ୟାରେଟ ମୂଲ୍ୟ ୧,୪୦,୪୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୪୫,୦୦୦ ଟଙ୍କା ହୋଇଛି ।

Leave a Reply

Your email address will not be published. Required fields are marked *