ଆଜି ବି ଗୃହ ଅଚଳ, ୪ଟା ଯାଏଁ ଗୃହ ମୁଲତବି

ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ଗୃହରେ ରାଜ୍ୟ ଯୋଜନା ଓ ସଂଯୋଜନ, ଇସ୍ପାତ ଓ ଖଣି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି।ଏହାସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନୋତ୍ତର ମଧ୍ୟ ହେବ। ପରିବହନ ଓ ଜଳ ସମ୍ପଦ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଗୃହରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।ସେପଟେ MMDR ପ୍ରସଙ୍ଗକୁ ନେଇ ଆଜି ବି ସରକାରଙ୍କୁ ଘେରିପାରନ୍ତି ବିରୋଧୀ। ଏହି ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ଓ ତୀବ୍ର ତର୍କବିତର୍କ ହେବାର ସମ୍ଭାବନା ରହିଛି।ତେଣୁ ମୌସୁମୀ ଅଧିବେଶନର ତୃତୀୟ ଦିନରେ ଗୃହର କାର୍ଯ୍ୟବିବରଣୀ ଉପରେ ସମସ୍ତଙ୍କ ନଜର ରହିଛି।


ଆଜି ବି ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ। ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କ ହଙ୍ଗାମା। ୪ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି। MMDR ପ୍ରତ୍ୟାହାର ଦାବିରେ ଗର୍ଜିଲେ ବିରୋଧୀ। ଗୃହରେ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ପ୍ରତିବାଦ। ପ୍ରଶ୍ନକାଳ କିଛି ସମୟ ଚାଲିବା ପରେ ୪ଟା ଯାଏ ଗୃହ ମୁଲତବି ଘୋଷଣା କଲେ ଉପ ବାଚସ୍ପତି। ଏହାପରେ ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ବ୍ୟାନର ପିନ୍ଧି କଂଗ୍ରେସ ବିଧାୟକ ପ୍ରତିବାଦ କରୁଛନ୍ତି। ସେହିପରି ହାତରେ ବ୍ୟାନର ଧରି OMC ଅଫିସ୍ ଆଗରେ ପ୍ରତିବାଦ କରୁଛନ୍ତି ବିଜେଡି ବିଧାୟକ।

Leave a Reply

Your email address will not be published. Required fields are marked *