
ଲଗାଣ ବର୍ଷା ପ୍ରଭାବରେ ଆଜି ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ପାଣିପାଗ ବିଭାଗର ସତର୍କ ସୂଚନା ଓ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।କଟକ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ସମସ୍ତ ସ୍କୁଲ୍କୁ ଆଜି ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଭଦ୍ରକ ଜିଲ୍ଲାର ୭ଟି ବ୍ଲକର ୩୯୯ଟି ସ୍କୁଲ୍ରେ ମଧ୍ୟ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଲଗାତାର ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି । ଅଭିଭାବକମାନଙ୍କୁ ମଧ୍ୟ ପିଲାମାନଙ୍କୁ ଅନାବଶ୍ୟକ ଭାବେ ଘର ବାହାରକୁ ନ ପଠାଇବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ସ୍ଥିତି ଉପରେ ସରକାର ଓ ଜିଲ୍ଲା ପ୍ରଶାସନର ନଜର ରହିଛି । ପରବର୍ତ୍ତୀ ପରିସ୍ଥିତିକୁ ଦେଖି ଆବଶ୍ୟକ ହେଲେ ଅଧିକ ପଦକ୍ଷେପ ନିଆଯାଇପାରେ ।
