Breaking newsମୁଖ୍ୟ ଖବରରାଜ୍ୟ ସାଇକେଲ ଆରୋହୀଙ୍କୁ ମାଡିଦେଇ ପଲଟିଗଲା ଯାତ୍ରା ପାର୍ଟି ଟ୍ରକ:ଜଣେ ମୃତ ପାଞ୍ଚ ଗୁରୁତର FOCUS PLUSFebruary 7, 2022 ଅଠର ନମ୍ବର ଜାତୀୟ ରାଜପଥର ଗଡଗଡିଆ ଛକ ନିକଟରେ ଦୃଘଟଣା ।OR – 01C 6595 ନମ୍ବର ବିଶିଷ୍ଟ ଏକ ଟ୍ରକ ଅମୃତ ମହଲ ନାମକ ଏକ ଯାତ୍ରା ପାର୍ଟିର ସରଞ୍ଜାମ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ସମୟରେ ଏକ ସାଇକେଲ ଆରୋହୀକୁ ଧକ୍କାଦେଇ ରାଜପଥ ପାର୍ଶ୍ବକୁ ପାଲଟିଯାଇଥିଲା ।ସାଇକେଲ ଆରୋହୀ ଜଣଙ୍କ ଟ୍ରକତଳେ ଚାପିଯାଇଥିଲା । ଘଟଣାସ୍ଥଳରେ ବୌଶିଙ୍ଗା ପୋଲିସ ଓ ବେତନଟୀ ଅଗ୍ନିଶମ ବିଭାଗ ପହଞ୍ଚି କ୍ରେନ ସାହାର୍ଯ୍ୟରେ ଟ୍ରକତଳୁ ମୃତ ସାଇକେଲ ଆରୋହୀକୁ ଉଦ୍ଧାର କରିବା ସହ ଯାତ୍ରାପାର୍ଟିର ପାଞ୍ଚ ଜଣଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ମୃତକ ବୌଶିଙ୍ଗା ଥାନା ଅନ୍ତର୍ଗତ ବଗଲପୁର ଗ୍ରାମର ହରିମୋହନ ମର୍ମୁ ।ପାଞ୍ଚ ଗୁରୁତର ମଧ୍ୟରୁ ଦୁଇଜଣ ଲଙ୍ଗଳେଶ୍ବର ର ଗୋପିକୃଷ୍ଣ ମଣ୍ତଳ ଓ ତପନ କୁମାର ସାମନ୍ତରାୟ , ବାଲେଶ୍ବର ର ବିଶ୍ବଜିତ ଦାସ ,ଭଦ୍ରକର ଶିବସୁନ୍ଦର ଜେନା ଓ କେସଡିହାର ରାଉତ ପୂର୍ତ୍ତି ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ।ଦୃଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଛି ।ସୁଧାକର ଭୂୟାଁ ,ବେତନଟୀ ,ମୟୂରଭଞ୍ଜ
ନୂଆପଡାରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା: ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆପଡ଼ାରେ ପୁଣି ନିର୍ବାଚନ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ଗୋଟମା ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ। ତାଙ୍କ…
ସୁନ୍ଦରଗଡ଼ ଜିଲ୍ଲାରେ ବାତ ଜ୍ୱର ନିୟନ୍ତ୍ରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ, ଜିଲ୍ଲାପାଳ କଲେ ଶୁଭାରମ୍ଭ ସୁନ୍ଦରଗଡ଼, ୭ ମାର୍ଚ୍ଚ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାରେ ଫାଇଲେରିଆ ବା ବାତଜ୍ୱର ନିୟନ୍ତ୍ରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଦିନ ବଡ଼ଗାଁ…
ନାଲକୋ ରେ କାର୍ଯ୍ୟ କରୁଥିବା ସମୟରେ ଜଣେ ଉଦ୍ୟାନ ବିଭାଗର ଠିକା କର୍ମଚାରୀ ଙ୍କ ର ମୃତ୍ୟୁ । ଅନୁଗୋଳ ଜିଲ୍ଲା ନାଲକୋ ର ମାରଣ ନୀତି ପାଇଁ ଆଜି ପୁଣି ଜଣେ ନିରୀହ ବ୍ୟକ୍ତି ର ଜୀବନ ଯାଇଛି।ଗଛ କାଟିବାକୁ ଚଢାଇ ଦେଇ ସୁରକ୍ଷା କୁ…