ଅଙ୍ଗନୱାଡି ପାଚେରୀ ନିର୍ମାଣକୁ ନେଇ ବିବାଦ, ଦୁଇ ଗୋଷ୍ଟି ମୁହାଁମୁହିଁ

ରାଜେନ୍ଦ୍ରପୁର ପଞ୍ଚାୟତ ଦିଆଲଖଣ୍ଡି ଗ୍ରାମରେ ଅସନ୍ତୋଷ ଦେଖାଦେଇଛି | ଦିଆଲଖଣ୍ଡି ଗାଁର ଅଙ୍ଗନୱାଡି ପାଚେରୀ ନିର୍ମାଣକୁ ନେଇ ବିବାଦ ଦେଖିବାକୁ ମିଳିଛି | ପାଚେରୀ ନିର୍ମାଣକୁ ନେଇ 2 ଗୋଷ୍ଟି ମୁହାଁମୁହିଁ | ଗୋଟିଏ ଗୋଷ୍ଟି ଏହାକୁ ବିରୋଧ କରୁଥିବା ବେଳେ  ଅନ୍ୟ ଏକ ଗୋଷ୍ଟି ଏହାକୁ ସମର୍ଥନ କରୁଛି |

ସୂଚନା ଅନୁସାରେ, ଏହି ଗ୍ରାମରେ ଥିବା ଅଙ୍ଗନୱାଡି ପିଲା ମାନଙ୍କର ସୁରକ୍ଷାକୁ ନଜର ରଖି  ପାଚେରୀ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଅର୍ଥ ମଞ୍ଜୁର ହୋଇଥିଲା ଓ କାର୍ଯ୍ୟ ଆରମ୍ଭ ହୋଇଥିଲା |  ପାଚେରୀ ନିର୍ମାଣ ଦାୟିତ୍ୱ ବର୍ତ୍ତମାନର ସରପଞ୍ଚଙ୍କ ଗୋଷ୍ଠିଙ୍କୁ ଦିଆଯାଇଥିଲା | କିନ୍ତୁ ପାଚେରୀ ନିର୍ମାଣ ହେଉଥିବା ସ୍ଥାନଟି ଜଙ୍ଗଲ ଜମି ଓ ଗ୍ରାମର ମୁଖ୍ୟ ରାସ୍ତା ଦର୍ଶାଇ ପୂର୍ବତନ ସରପଞ୍ଚଙ୍କ ଗୋଷ୍ଠି ଏହାକୁ ବିରୋଧ କରିଥିଲେ  ଏବଂ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲେ | ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ କୋର୍ଟ ଏବଂ ଥାନାର ଦ୍ୱାରସ୍ଥ ହୋଇଥିଲେ | ସୂଚନା ଅନୁସାରେ, ଅଙ୍ଗନୱାଡି ପାଚେରୀ ନିର୍ମାଣ କାର୍ଯ୍ୟ ବନ୍ଦ ଥିବା ସୂଚନା ଜଣାପଡିଛି |

Leave a Reply

Your email address will not be published. Required fields are marked *