ଜଙ୍ଗଲ ରେ ସୁରକ୍ଷା ରେ ଥିବା ଲୋକ ଯଦି ଜଙ୍ଗଲ କାଟିବ ତାହାଲେ ତାଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ନିଆ ଯାଉଛି ତାହା ଜନସାଧାରଣ ରେ ଚର୍ଚ୍ଚା ହେଉଛି, ଗତକାଲି ଫରେଷ୍ଟର ଡିପାଟମେଣ୍ଟ ରେ ଗାଡି ରେ ଯଦି ଫର୍ନିଚର ପାଇଁ କାଠ ନେଉଥିବା ବେଳେ ଲୋକେ ତାଙ୍କୁ ପିଛା କରିଥିଲେ, ଜରପଡା ପୋଲିସ କୁ ଖବର ଦେବା ମାତ୍ରେ ଜରପଡା ପୋଲିସ ତାଙ୍କୁ ଅଟକାଇ ଥିଲା ଏହାପରେ ଜାଣିବାକୁ ପାଇଥିଲେ , ଗାଡିଟିରେ କାଠ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଫରେଷ୍ଟ ଡିପାଟମେଣ୍ଟ ର ଗାଡି.
ଯାହା ଜଣା ପଡିଲା ଗାଡିଟିରେ ଯେଉଁ ଫର୍ନିଚର ପାଇଁ କାଠ ଲୋଡ଼ ହୋଇଥିଲା ତାହା ସନ୍ଦେହ ଘେର ରେ ଏଠି ପ୍ରଶ୍ନ ଉଠୁଛି ଜିଲିଣ୍ଡା ରେଞ୍ଜର ଚୋରା ଶାଗୁଆନ କାଠ ନବାର ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି ଗାଡିନବର OD05CG1388 ଗାଡ଼ିରେ ଯେଉଁ ପ୍ରକାର ଫନିଚର କାଠ କୁ ଲୁଚାଇ ରେଢ଼ାଖୋଲ କୁ ନିଆଁ ଯାଉଥିବାର ସୂଚନା ମିଳିଥିଲା ତାହା ଜଣା ପଡୁଛି ରେଞ୍ଜର ମହାଶୟ ଏଠି ରକ୍ଷକ ହୋଇ ଭକ୍ଷକ ସାଜୁଛନ୍ତି ବୋଲି ଚର୍ଚ୍ଚା ହଉଛି ସେଥିପାଇଁ ଗ୍ରାମ ବାସି ଆସି ସାତକୋଶିଆ ଡିଏଫଓ ପାଖରେ ଅଭିଯୋଗ ଦେଇଛନ୍ତି, ଆଗାମୀ ସାତଦିନ ମଧ୍ୟରେ ରେଞ୍ଜର ଙ୍କୁ ବଦଳି ନକରାଯାଏ ତାହେଲେ ଗ୍ରାମବାସୀ ମହିଳା ଓ ପୁରୁଷ ଆସି ଅନିର୍ଦିଷ୍ଟ କାଳ ଡିଏଫ ଅଫିସ ଆଗରେ ଧାରଣା ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି .
