ନକଲି ଜିନିଷ ଧରିଲା ଝାରସୁଗୁଡା ପୋଲିସ

ଝାରସୁଗୁଡ଼ାରେ ନକଲି DEF ଅର୍ଥାତ୍ Diesel Exhaust Fluid ତିଆରି କାରଖାନା ଉପରେ ବଡ଼ ଚଢାଉ କରିଛି ପୋଲିସ। ସିରିଆବଗିଚା ଅଞ୍ଚଳରେ ଚାଲୁଥିବା ଏହି ନକଲି କାରବାରରୁ ହଜାର ହଜାର ଲିଟର DEF, ୨୫୬ ବସ୍ତା ୟୁରିଆ ସାର ସହ ବିଭିନ୍ନ ବ୍ରାଣ୍ଡର ଲେବେଲ ଓ ଡ୍ରମ ଜବତ କରାଯାଇଛି। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା। ଝାରସୁଗୁଡ଼ାରେ ବଡ଼ ଧରଣର ନକଲି DEF କାରବାର ଠାବ କରିଛି ପୋଲିସ। ଡିଜେଲ ଯାନବାହନରେ ବ୍ୟବହୃତ Diesel Exhaust Fluid କୁ ନକଲି ଭାବେ ପ୍ରସ୍ତୁତ କରି ବଜାରରେ ଅସଲି ଦରରେ ବିକ୍ରି କରାଯାଉଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ଗତ ୭ ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ା ଏସପି ଜି.ଆର. ରେଡ୍ଡୀଙ୍କ ନେତୃତ୍ୱରେ ଏସଡିପିଓ, ଇନ୍ସପେକ୍ଟର ଏବଂ କୃଷି ବିଭାଗ ଅଧିକାରୀଙ୍କ ସହଯୋଗରେ ସିରିଆବଗିଚା ଅଞ୍ଚଳରେ ଚଢାଉ କରାଯାଇଥିଲା।

ଚଢାଉ ସମୟରେ ଏକ ବଡ଼ ଟାଙ୍କିରେ ହଜାରେ ଲିଟର DEF ମଜୁତ ଥିବା ବେଳେ ୨୫୬ ବସ୍ତା ୟୁରିଆ ସାର ଜବତ କରାଯାଇଛି। ସେହିପରି ବିଭିନ୍ନ କମ୍ପାନୀର ଲେବେଲ, ଡ୍ରମ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ମଧ୍ୟ ପୋଲିସ ଠାବ କରିଛି। ଅଭିଯୋଗ ଅନୁଯାୟୀ, ରିହାତି ଦରରେ ମିଳୁଥିବା ୟୁରିଆ ସାରକୁ ବ୍ୟବହାର କରି ନକଲି DEF ପ୍ରସ୍ତୁତ କରାଯାଉଥିଲା ଏବଂ ଝାରସୁଗୁଡ଼ା ସମେତ ବିଭିନ୍ନ ସୋରୁମରେ ଏହାକୁ ଅସଲି ପ୍ରଡକ୍ଟ ଭାବେ ବିକ୍ରି କରାଯାଉଥିଲା।

ଏହି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ଆଜି କୋର୍ଟ ଚାଲାଣ କରିଛି। ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି।

ବାଇଟ: ଜି.ଆର. ରେଡ୍ଡୀ, ଏସପି, ଝାରସୁଗୁଡ଼ା ।

Leave a Reply

Your email address will not be published. Required fields are marked *