ପିଲାଙ୍କ ପକେଟ ରେ ବିଛୁଆତି ରଖି ହଟହଟା ପ୍ରଧାନଶିକ୍ଷକ …

ପ୍ରଧାନଶିକ୍ଷକ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯ୍ୟାତନା ଦେଇଥିବା ମାମଲା। ନିଜର  ଏତାଦୃଶ କାର୍ଯ୍ୟକଳାପ ପାଇଁ ଅଭିଯୁକ୍ତ ରସିକିଆ ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀ ଚାକିରିରୁ ନିଲମ୍ବିତ। ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସଙ୍କ ଦ୍ୱାରା ନୀଲମ୍ବିତ ହେଲେ। ସୂଚନା ମୁତାବକ ଗତ 17ତାରିଖରେ ବିଦ୍ୟାଳୟରେ ଏଭଳି ଅସୌଜନ୍ୟ ପରିସ୍ଥିତି ସୃଷ୍ଟି କରିଥିଲେ ରସିକିଆ ପ୍ରଧାନଶିକ୍ଷକ। ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେବାରୁ ପିଲାମାନେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଅଭିଭାବକ ମାନେ ଏହା ଜାଣିବା ପରେ ସ୍କୁଲରେ ହୋଇଥଲା ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ପଚାରିବା ସହ ହୋହଲ୍ଲା କରିଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି କ୍ଲଷ୍ଟରର ସାରୁଆବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ଦେହୁରୀଙ୍କ ନାମରେ ହୋଇଥିଲା ଏଭଳି ଗୁରୁତର ଅଭିଯୋଗ। ଯାହାକୁ ନେଇ ଅଭିଭାବକ ମାନଙ୍କ ଦ୍ୱାରା କାଳିଆପାଣି ଥାନାରେ ରସିକିଆ ପ୍ରଧାନ ଶିକ୍ଷକଙ୍କ ନାଁରେ ହୋଇଥିଲା ଲିଖିତ ଅଭିଯୋଗ। ଯେଉଁଥିରେ ସ୍ଥାନୀୟ ସ୍କୁଲୁର ସଭାପତି ରଞନ ସାହୁ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଓ କର୍ମକର୍ତା ମାନେ ହସ୍ତକ୍ଷେପ କରିଥିଲେ।ତେବେ ଶିକ୍ଷକ ନିଜ ଦୋଷ ସ୍ୱୀକାର କରି ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ମାମଲାର ଆପୋଷ ସାମାଧାନ ହୋଇଥିଲ ।

ତେବେ ଏଭଳି ଘଟଣାକୁ ସର୍ବସାଧାରଣରେ ନିନ୍ଦା କରାଯିବା ସହ ଅଭିଯୁକ୍ତ ରସିକିଆ ଶିକ୍ଷକଙ୍କ ନାମରେ ଶୃଙ୍ଖଳାଗତ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି କରାଯାଇଥିଲା। ତେବେ ଗଣମାଧମର ନିୟୁଜୁ  ରେ ଖବର ପ୍ରସାରଣ ପରେ ଏବେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି। ତେବେ ନିଲମ୍ବିତ ହେଇଛନ୍ତି ରସିକିଆ ପ୍ରଧାନ ଶିକ୍ଷକ ବାସୁଦେବ ଦେହୁରୀ ନିଜେ ମଧ୍ୟ ସ୍ୱୀକାର କରିଛନ୍ତି। ନିଲମ୍ବିତ ଘଟଣା ସମ୍ପର୍କରେ ବିଓ ସିଆରିସି ଙ୍କ ସହିତ ଫୋନରେ ଯୋଗାଯୋଗ କରିଥିଲୁ ସିଆରସିସି ନିଲମ୍ବିତ ଚିଠି ପଠାଇବେ ବୋଲି କହିଥିଲେ  ଏବଂ ଦୃଢ ପଦକ୍ଷେପ ନେଇଥିଲେ ରସିକିଆ ପ୍ରଧାନ ଶିକ୍ଷକ ବାସୁଦେବ ଦେହୁରୀ ଙ୍କ ଉପରେ।

Leave a Reply

Your email address will not be published. Required fields are marked *