ଭିଏତନାମରେ ବଡ଼ ଧରଣର ଦୁର୍ଘଟଣା, ଫୁ କୁଓକ ଦ୍ୱୀପ ନିକଟରେ ଓଲଟିଲା ସ୍ପିଡ୍ ବୋଟ୍

ଦକ୍ଷିଣ ଭିଏତନାମର ଫୁ କୁଓକ ଦ୍ୱୀପ ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଶନିବାର ଦିନ ୩୨ ଜଣ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ସ୍ପିଡ୍ ବୋଟ୍ ମଝି ସମୁଦ୍ରରେ ଓଲଟି ପଡ଼ିବାରୁ ୧୫ ଜଣ ଭାରତୀୟଙ୍କର ପ୍ରାଣହାନି ଘଟିଥିବା ବେଳେ ୨୧ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଏହି ସ୍ପିଡ୍ ବୋଟରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୪ ଜଣ କର୍ମଚାରୀଙ୍କୁ ମିଶାଇ ସମୁଦାୟ ୩୬ ଜଣ ଯାତ୍ରୀ ଥିଲେ। ଫୁ କୁଓକ ଦ୍ୱୀପ ନିକଟସ୍ଥ ହୋନ୍ ମେ ରୁଟ୍ ନଗୋଇ ଠାରୁ ପ୍ରାୟ ୪୦୦ ମିଟର ଦୂରରେ ସମୁଦ୍ରର ପ୍ରବଳ ଲହଡ଼ି କାରଣରୁ ବୋଟଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଥିବା ଅନ୍ୟ ଡଙ୍ଗାଗୁଡ଼ିକ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ନୌସେନା, ତଟରକ୍ଷୀ ବାହିନୀ ଓ ସୀମା ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମୁଦ୍ରରେ ଉଚ୍ଚ ଲହଡ଼ି ଥିବାରୁ ଏବଂ ଅନେକ ଯାତ୍ରୀ ବୋଟ୍ ଭିତରେ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ତଥାପି ସ୍ଥାନୀୟ ପ୍ରଶାସନର କଠିନ ପରିଶ୍ରମରେ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତଦେହକୁ ସମୁଦ୍ରରୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *