ଭୁଲ ଇଞ୍ଜେକ୍ସନ ଯୋଗୁ ବୃଦ୍ଧାଙ୍କ ମୁର୍ତ୍ୟୁ ଘଟଣା – ପରିବାର ଲୋକଙ୍କ ଗିରଫ ଦାବି

*ନକଲି କ୍ଲିନିକ ଖୋଲି ଲୋକଙ୍କୁ ମାରୁଛି ଟୁନୁ ବଗର୍ତ୍ତୀ।

*ବିନା ଡାକ୍ତରୀ ପାଠ ପଢ଼ାରେ ଖୋଲମ୍ ଖୋଲା ଦେଖୁଛି ରୋଗୀ।

*ଜୀବନ ନେବା ପରେ ଏକ ଲକ୍ଷ ଦେଇ ମୁହଁ ବନ୍ଧ କରିବାକୁ କରୁଛି ପ୍ରୟାସ।

*ସି.ଡି.ଏମ.ଓ ଦେଲେ ତଦନ୍ତ ନିର୍ଦେଶ।

*ନକଲି ଡାକ୍ତରଙ୍କୁ କାହିଁକି ବାନ୍ଧୁନୀ ପୋଲିସ।

*ନକଲି ଡାକ୍ତର ଟୁନୁ ବଗର୍ତ୍ତୀ କୁ କିଏ ଦେଉଛି ସୁରକ୍ଷା।

*ଏମିତି କେତେ ରୋଗୀ ମାନଙ୍କ ଜୀବନ ନେଇ କରିଛି ସର୍ଟ ଆଉଟ।

*କେବେ ବାନ୍ଧିବ ନକଲି ଡାକ୍ତର ଟୁନୁ କୁ ମୁରିବାହାଲ ପୋଲିସ।

ଏଠି ବିନା ଡାକ୍ତରୀ ପାଠ ପଢ଼ାରେ ଚାଲିଛି ଚିକିତ୍ସା। ନାଁ ଅଛି ଯନ୍ତ୍ରପାତି ନାଁ ଅଛି କାଗଜ ପତ୍ର। ଖୋଲମ ଖୋଲା ରାଜ ରାସ୍ତାରେ ବସି କରୁଛନ୍ତି ରୋଗୀ ଚିକିତ୍ସା।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା କର୍ଲାପିଟା ଗାଁରେ ଭୁଲ ଇଞ୍ଜେକ୍ସନ ଯୋଗୁ ଚାଲିଯାଇଛି ଏକ ବୃଦ୍ଧାଙ୍କ ଜୀବନ। ସୂଚନା ଅନୁଯାୟୀ ଗତ ଦଶ ତାରିଖ ଦିନ କର୍ଲାପିଟା ଗାଁର କୌଶଲ୍ୟା ପନିକା ଅସୁସ୍ଥତା ଅନୁଭବ କରିଥିଲେ। ତେବେ ତାଙ୍କ ନାତୁଣୀ ଦିବ୍ୟା ପନିକା ହଳଦୀ ସ୍ଥିତ ଏକ କ୍ଲିନିକକୁ ନେଇଥିଲେ। ସେଠାରେ ନକଲି ଡାକ୍ତର ଜଣକ ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ତେବେ ଇଞ୍ଜେକ୍ସନ ଦେବା ପରେ କୌଶଲ୍ୟା ପନିକା ଛଟ ପଟ ହୋଇ ପଡ଼ିଥିଲେ । ତେବେ ହଠାତ ସେତବେଳେ ତାଙ୍କର ଜୀବନ ଉଡି ଯାଇଥିଲା।

ତେବେ ଜୀବନ ଯିବା ପରେ ପରିବାର ପାଖକୁ କ୍ଵାକ ଜଣକ ଏକ ଲକ୍ଷ ଟଙ୍କା ପଠାଇ ରଫା ଦଫା କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି। ତେବେ ମୃତକଙ୍କ ପରିବାର ଲୋକେ ଜୀବନ ନେଇଥିବା ନକଲି ଡାକ୍ତର ଟୁନୁ ବଗର୍ତ୍ତୀ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତେବେ ଏ ଘଟଣା ଉପରେ ବଲାଙ୍ଗୀର ସି,ଡି,ଏମ, ଓ ତଦନ୍ତ କରିବାକୁ ନିର୍ଦେଶ ଦେଇଥିବା ବେଳେ ମଧ୍ୟ ଜୀବନ ନେଇ ନକଲି ଡାକ୍ତର ଟୁନୁ ବଗର୍ତ୍ତୀ ଖୋଲମ୍ ଖୋଲା ବୁଲୁଛି। ହଳଦୀ ଗାଁରେ ବର୍ଷ ବର୍ଷ ଧରି ବେଆଇନ କ୍ଲିନିକ ଖୋଲି ଏମିତି କେତେ ରୋଗୀଙ୍କ ଜୀବନ ନେଇ ଟଙ୍କା ଦେଇ ରଫା ଦଫା କରି ଆସୁଛି ତାହା ମୃତଙ୍କ ଙ୍କ ପରିବାରକୁ ଦେଇଥିବା ଏକ ଲକ୍ଷ ଟଙ୍କାରୁ ହିଁ ସନ୍ଦେହ ପ୍ରକାଶ ହେଉଛି। ଘଟଣା ବିଷୟରେ ମୁରିବାହାଲ ପୋଲିସ ସବୁ ଜାଣିଥିଲେ ସୁଦ୍ଧା ନ ଜାଣିଲା ଭଳି ଚୁପ ରହି ନକଲି ଡାକ୍ତର କୁ ସୁରକ୍ଷା ଦେଇ ଆସୁଥିବା ଅଭିଯୋଗ ହେଉଛି। ଅନ୍ୟ ପଟେ ଜୀବନ ନେଇ ରଫା ଦଫା କରିବାକୁ ବସିଥିବା ନକଲି ଡାକ୍ତର ଟୁନୁ ବଗର୍ତ୍ତୀ କୁ ଗିରଫ ଦାବି ଜୋର ଧରିଛି।

(3)Byte.. ଥବିର ଚନ୍ଦ୍ର ବାଗ, ସମାଜ ସେବି।

ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଜିଲ୍ଲାରେ ଏଭଳି ନକଲି ଡାକ୍ତର ମାନଙ୍କ ପ୍ରାଦୃର୍ଭାବ ତଥା ଭୁଲ ଇଞ୍ଜେକ୍ସନ ଚିକିତ୍ସା ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଛକ ମାନଙ୍କରେ ଏବେ ମଧ୍ୟ ବେଆଇନ କ୍ଲିନିକ ଖୋଲି ରୋଗୀ ଦେଖୁଛନ୍ତି। ଓ ଜନ ସାଧାରଣ ମାନଙ୍କ ଜୀବନ ପ୍ରତି ଖେଳ ଖେଳି ଆସୁଛନ୍ତି। ତେବେ ଏ ଘଟଣା ଉପରେ ମୃତ ପରିବାରକୁ ପୋଲିସ କି ନ୍ୟାୟ ଦେଉଛି ତାହା ସମସ୍ତ ଙ୍କ ନଜରରେ ରହିଛି।

Leave a Reply

Your email address will not be published. Required fields are marked *