ଆଜି ହେଉଛି ନବ ଉତ୍କଳ ର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ 178ତମ ଜୟନ୍ତୀ ବିଖଣ୍ଡିତ ଓଡିଶା ର ଏକତ୍ରି କରଣ ପାଇଁ ନିଜ ଜୀବନକୁ ଉତ୍ସର୍ଗିତ କରିଥିବା ମଧୁ ବାବୁଙ୍କୁ ମନେପକାଉଛି ସାରା ରାଜ୍ୟ ତାଙ୍କ ଜନ୍ମ ସ୍ଥାନ ସତ୍ୟଭାମାପୁର ଠାରେ ବିଶେଷ କାର୍ଯ୍ୟକ୍ରମ ହେଉଥିବାବେଳେ ସାରାରାଜ୍ୟ ରେ ଏହାକୁ ପାଳନ କରାଯାଉଛି. କଟକ ଜିଲ୍ଲା ସାଲେପୁର ର ସତ୍ୟଭାମା ପୁର ଠାରେ 1848ମସିହା ଏପ୍ରିଲ 28ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ମଧୁସୂଦନ ଦାସ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରତିଟି ଓଡ଼ିଆ ଙ୍କ ପାଇଁ ଆଜି ନମସ୍ୟ କେବଳ ଓଡିଶା ରାଜ୍ୟକୁ ପରିଚୟ ଦେବା ପାଇଁ ତାଙ୍କର ତ୍ୟାଗ ନଥିଲା ଓଡିଶା କୁ କୁଟିଳ ଶିଳ୍ପର ବାଟ ଦେଖାଇଥିଲେ ମଧୁବାବୁ.ସ୍ୱତନ୍ତ ଓଡିଶା ର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୁଦନ ଦାସ ଓଡ଼ିଆ ଜାତି ଓ ଓଡିଶା ର ସାମଗ୍ରିକ ଵିକାଶ ର ସ୍ବପ୍ନ ଦେଖୁଥିଲେ ଓ ଏକ ବିକଶିତ ଓଡିଶା ର ମୂଳଦୁଆ ପକାଇ ଥିଲେ ମଧୁ ବାବୁ.ସେହି ମହାନ ବ୍ୟକ୍ତି ଙ୍କ ଜୟନ୍ତୀ ଅବସରରେ ବିଭିନ୍ନ ଦଳର ରାଜନେତା. ଆଇନୀଜୀବୀ. ସମାଜ ସେବୀ ଓ ବିଭିନ୍ନ ସଂଗଠନ ମାନେ ପହଞ୍ଚି ମଧୁବାକୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ମମାଲ୍ୟ ଦେଇ ମଧୁବାବୁଙ୍କ ଜୀବନୀ ଶୈଳୀ ର ଗୁଣ ଗାନ କରିଥିଲେ.
