ଗଜବାହାଲ ପଞ୍ଚାୟତରେ ଅନ୍ତ୍ୟୋଦୟ ଯୋଜନାରେ ବଡ଼ ଦୁର୍ନୀତି

ଧନୀଙ୍କୁ ମିଳୁଛି ଗରିବଙ୍କ ଚାଉଳ, ମୃତଙ୍କ ନାଁରେ ଉଠୁଛି ରାସନ

କେଉଁ ସ୍ୱାର୍ଥରେ ଯୋଗାଣ ସହାୟକଙ୍କ ପାଖରେ ରହିଛି ପୁଳା ପୁଳା ଅନ୍ତ୍ୟୋଦୟ ହିତାଧିକାରୀଙ୍କ ରାସନ କାର୍ଡ ?

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମପଞ୍ଚାୟତରୁ ସାମ୍ନାକୁ ଆସିଛି ଅନ୍ତ୍ୟୋଦୟ ଯୋଜନାରେ ବ୍ୟାପକ ଅନିୟମିତତାର ସଙ୍ଗୀନ ଚିତ୍ର। ଯେଉଁ ଯୋଜନାଟି ପ୍ରକୃତରେ ବିକଳାଙ୍ଗ, ଅସହାୟ, ନିରାଶ୍ରୟ ଓ ଅତ୍ୟନ୍ତ ଗରିବ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ, ସେହି ଯୋଜନାର ୩୫ କେଜି ଚାଉଳ ଏବେ ପହଞ୍ଚୁଛି ସେନା କର୍ମଚାରୀ, ସରକାରୀ ଶିକ୍ଷକ, ଏଲଆଇସି ଏଜେଣ୍ଟ ତଥା ୨୫ ଏକରରୁ ଅଧିକ ଜମି ରଖିଥିବା ଏବଂ ପ୍ରତିବର୍ଷ ୫ରୁ ୬ ଲକ୍ଷ ଟଙ୍କାରୁ ଅଧିକ ଧାନ ବିକ୍ରି କରୁଥିବା ସମ୍ପନ୍ନ ପରିବାରଙ୍କ ହାତକୁ । ଯାହାକି ସମଗ୍ର ରାସନ ବ୍ୟବସ୍ଥାକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠୁ ବଡ଼ କଥା ହେଲା, ଏହି ଗୁରୁତର ଅଭିଯୋଗ ସମ୍ପର୍କରେ ଦାୟିତ୍ୱରେ ଥିବା ଯୋଗାଣ ଅଧିକାରୀ “କିଛି ଜାଣି ନାହାନ୍ତି” ବୋଲି ସହଜରେ ହାତ ଝାଡ଼ି ଦେଉଥିବା ବେଳେ, ଯୋଗାଣ ସହାୟକ ସମସ୍ତ ତଥ୍ୟ ଜାଣିଥିଲେ ମଧ୍ୟ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହେଉଛି ।

ଘଟଣାର ସତ୍ୟତା ଯାଞ୍ଚ ପାଇଁ ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲା ଆମ ଟିମ , ସେତେବେଳେ ଯୋଗାଣ ସହାୟକଙ୍କ ଟେବୁଲ ଉପରେ ପୁଳା ପୁଳା ଅନ୍ତ୍ୟୋଦୟ ହିତାଧିକାରୀଙ୍କ ରାସନ କାର୍ଡ ତାଙ୍କ ଟେବୁଲ କଡରେ ରଖା ଯାଇଥିବା ଦେଖିବାକୁ ପାଇଥିଲେ । ଏହା କେଉଁ ଉଦେଶ୍ୟରେ ରଖା ଯାଇଛି ବୋଲି ତାଙ୍କୁ ପ୍ରଶ୍ନ ମଧ୍ୟ ପଚାରି ଥିଲେ । ହେଲେ କୌଣସି ସନ୍ତୋଷ ମୂଳକ ଉତ୍ତର ମିଳି ପାରି ନଥିଲା । ଯାହା ଏହି ସମଗ୍ର ପ୍ରକ୍ରିୟାର ସ୍ୱଚ୍ଛତା ଓ ବିଶ୍ୱସନୀୟତାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି । ଏଥି ସହିତ ଦୀର୍ଘ ଦିନ ହେଲା ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମରେ ମଧ୍ୟ ରାସନ ଚାଉଳ ଉଠା ଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, ଚାଉଳ ପାଉଥିବା ହିତାଧିକାରୀଙ୍କ ସଠିକ ତଥ୍ୟ କିମ୍ବା ଅପଡେଟ ଡାଟା ଯୋଗାଣ ବିଭାଗ ପାଖରେ ନାହିଁ। ତେବେ ପ୍ରଶ୍ନ ଉଠୁଛି ମୃତ ଲୋକଙ୍କ ନାଁରେ ଚାଉଳ “ଭୂତ” ଖାଉଛି, ନା କି ଦୀର୍ଘ ବର୍ଷ ଧରି କେହି ଏହାକୁ ହଡପ କରିଆସୁଛନ୍ତି?

ଯେତେବେଳେ କିଛି ଏହି ପଞ୍ଚାୟତରୁ ମାତ୍ର କିଛି ଦୂରତାରେ ଥିବା ଜଣେ ଅସହାୟ, ଯିଏକି “୮୦ ପ୍ରତିଶତ ବିକଳାଙ୍ଗ”ଯାହାଙ୍କ ନାଁ ପିତାମ୍ବର ସାହୁ, ଯେଉଁ ବିକଳାଙ୍ଗ ଲୋକଟି ଏକ ପ୍ରକାର ଜୀବନ ସହ ସଂଘର୍ଷ କରୁଛି।

ଭୋକ ଉପାସ ରେ ଦିନ କାଟୁଛି । ହେଲେ ଏଇ ନିରୀହ ଲୋକକୁ ଆଜିଯାଏ ଅନ୍ତୋଦ୍ବୟ ଯୋଜନାରେ ସାମିଲ କରାଯାଇ ନାହିଁ ଅଥବା କେମିତି ଅନ୍ତ୍ୟୋଦୟ ଯୋଜନାରେ ଏହି ବିକଳାଙ୍ଗ ଲୋକଟିକୁ ସାମିଲ କରାଯିବ, କେମିତି ପେଟକୁ ଦୁଇ ଗଣ୍ଡା ଦାନା ଦିଆଯିବା ଏବଂ ସେ ଉପରେ ବିଚାର କରିବାକୁ ସମୟ ପାଉନାହାନ୍ତି ଯୋଗାଣ ଦାଇତ୍ୱରେ ଥିବା ଯୋଗାଣ ସହାୟକ ଅଥବା ଯୋଗାଣ ଅଧିକାରୀ। ହେଲେ ସରକାରୀ ଚାକିରିଆ, ସେନା ରେ ଭର୍ତ୍ତି ଥିବା ଯବାନଙ୍କ ପରିବାର ବର୍ଗଙ୍କୁ, LIC ଏଜେଣ୍ଟ କୁ, ଯେଉଁ ପରିବାର ଲୋକଙ୍କ ନାମରେ ୨୦ ଏକର ରୁ ଉର୍ଦ୍ଧ ଜମି ରହିଛି ତଥା ବର୍ଷକୁ ଯେଉଁମାନେ ପାଞ୍ଚ ଲକ୍ଷ ରୁ ଉର୍ଦ୍ଧ ଧାନ ବିକ୍ରି କରୁଛନ୍ତି ସେଭଳି ଲୋକ ମାନଙ୍କୁ ମଧ୍ୟ ଏଇ ଅନ୍ତୋଦୟ ଯୋଜନା ରେ ସାମିଲ କରି ସରକାର ବାଣ୍ଟୁଥିବା ଚାଉଳ କୁ ହଡପ କରାଯଉଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଞ୍ଚଳ ର ଜନସାଧାନ।

ଦର୍ଶକ ବନ୍ଧୁ ଏହା ଏକ ଅତି ଗୁରୁତ୍ୱପୂର୍ଣ ଏବଂ ସମ୍ବେଦନଶିଳ ଘଟଣା । ଯେତେବେଳେ କି ଆମ ରାଜ୍ୟ ଓଡିଶାରେ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନା ରେ ବାଦ ପଡୁଛନ୍ତି, ଭୋକ ଉପାସ ରେ ଦିନ କାଟୁଛନ୍ତି କିନ୍ତୁ ମାସିକ ଲକ୍ଷାଧିକ ଟଙ୍କା ଆୟ କରୁଥିବା ବ୍ୟକ୍ତି ବର୍ଷ ବର୍ଷ ଧରି ଏଭଳି ଯୋଜନା ର ଲାଭ ଉଠାଉଛନ୍ତି।

ସାଧାରଣ ଲୋକଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ, ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବର୍ତମାନ ସାଧାରଣ ରେ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *