ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ ଆଇ ଆର ) ଆଜିଠୁ ଆସନ୍ତା ୨୮ ପ୍ରର୍ଯ୍ୟନ୍ତ ଘରକୁ ଘର ବୁଲୁଛନ୍ତି ବିଏଲଓ

ନିଜେ ଜିଲ୍ଲାପାଳ ମଧ୍ୟଘରକୁ ବୁଲି ଲୋକଙ୍କୁ ପ୍ରଦାନ କଲେ ଫର୍ମ ଏବଂ ଏସ ଆଇ ଆର ସମ୍ପର୍କ ରେ ସଚେତନତା କଲେ

  ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ ଆଇ ଆର ) ଆଜିଠୁ ଆସନ୍ତା ୨୮ ପ୍ରର୍ଯ୍ୟନ୍ତ ଘରକୁ ଘର ବୁଲୁଛନ୍ତି ବିଏଲଓ , ଗଞ୍ଜାମ ଜିଲ୍ଲାରେ  ୧୩ଟି ବିଧାନସଭା କ୍ଷେତ୍ରରେ ୩୧୨୪ ଜଣ ବିଏଲଓ , ୩୧୧ ଜଣ ବିଏଲଓ ସୁପରଭାଇଜର ରହିଥିବା ବେଳେ ଏମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୭୯ ଜଣ ଏଇଆରଓ ଓ ୧୩ ଜଣ ଇଆରଓ(ଭୋଟର ପଞ୍ଜିକରଣ ଅଧିକାରୀ ନିଯୁକ୍ତି ହୋଇଛନ୍ତି | ରାଜ୍ୟରେ ଏକ ସ୍ୱଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୂତ କରିବା ଲକ୍ଷ୍ୟରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି । ଗଞ୍ଜାମ ପ୍ରଶାସନ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଜୋରଦାର କରିଛି । ଏହି ଅଭିଯାନର ମାଧ୍ୟମରେ ବିଶେଷ କରି ନୂତନ ଭୋଟରଙ୍କ ନାମ ପଞ୍ଜିକରଣ,  ଅଯୋଗ୍ୟଙ୍କୁ ବାଦ ଦେବା , ମୃତ୍ୟୁ ବ୍ୟକ୍ତିଙ୍କ ନାମ ବାଦ , ନକଲି ନାମ ଗୁଡିକୁ ଚିହ୍ନଟ କରି ତାଲିକାରୁ ବାଦ ସହ ତାଲିକାରେ ଥିବା ତ୍ରୁଟି ସଂଶୋଧନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ଠାରୁ ଘରକୁ ଘର ବୁଲୁଛନ୍ତି  ବିଏଲଓ । ଆଜି ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ବାସଭବନକୁ ଯାଇ ଫର୍ମ ପ୍ରଦାନ କରିଛନ୍ତି |

  ପରେ ନିଜେ ଜିଲ୍ଲାପାଳ ଛତ୍ରପୁର ସହର ର ତିରୁପତିପେଟା ସାହି ର ବସନ୍ତ କୁମାର ବେହେରା ଙ୍କ ଅବ୍ୟାନ୍ୟ ଘର କୁ ବୁଲି ଫର୍ମ ପ୍ରଦାନ କରିବା ସହ ଏସ ଆଇ ଆର ସମ୍ପର୍କରେ ବୁଝାଇଥିଲେ | ଆଜି ଠାରୁ ୨୮ ଜୁନ ପ୍ରର୍ଯ୍ୟନ୍ତ ବିଏଲଓଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କରୁଛନ୍ତି । ୫ ଜୁଲାଇରେ ଖସଡା ଭୋଟର ତାଲିକା ପ୍ରକାଶ ପାଇବ । ୫ ଜୁଲାଇ ରୁ ୪ ଅଗଷ୍ଟ ପ୍ରର୍ଯ୍ୟନ୍ତ ଦାବି ଓ ଆପତି ଦାଖଲର ସମୟସୀମା ରହିଛି । ୫ ଜୁଲାଇ ରୁ ୨ ସେପ୍ଟମ୍ବର ପ୍ରର୍ଯ୍ୟନ୍ତ ନୋଟିସ  ପର୍ଯ୍ୟାୟ, ଦାବୀ ଓ ଆପତି ନିଷ୍ପତି ରହିଥିବା ବେଳେ ୬ ସେପ୍ଟମ୍ବର ୨୦୨୬ରେ  ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ ।  ଏହି ଅବସରରେ ଜିଲାପାଳ ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଛ ଓ  ଅଦ୍ୟତନ କରିବା ଏସଆଇଆର ୨୦୨୬ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ସୀମା ଘୋଷଣା କରାଯାଇଛି ।  ତେଣୁ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଅନୁରୋଧ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ଭୋଟର ତଥ୍ୟ ଯାଂଚ କରିବା ସହ ଆବଶ୍ୟକ ସଂଶୋଧନ କରିବାକୁ ଅନୁରୋଧ କରିଛନ୍ତି । ସଠିକ ଭୋଟର ତାଲିକ ହେଉଛି ଶକ୍ତିଶାଳୀ ଗଣତନ୍ତ୍ରର ଭିତି । ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦ ଟୋଲ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବର ଜାରି ରହିଛି ।ଜିଲାରେ ୩୦ ଲକ୍ଷରୁ ଉର୍ଦ୍ଧ ଭୋଟର ରହିଥିବା ବେଳେ ୧୨ଶହ ଭୋଟରକୁ ନେଇ ଗୋଟିଏ ବୁଥ ରହିଛି । ୯୭ ପ୍ରତିଶତ ବର୍ତମାନ ସୁଦ୍ଧା ଭୋଟରଙ୍କ ମ୍ୟାପିଙ୍ଗ ସରିଛି ।  ଏହି ଏସଆଇଆର ପାଇଁ ପ୍ରଶାସନ ପକ୍ଷରୁ ବିଏଲଓ ଓ ବିଏଲଓ ସୁପରଭାଇଜରଙ୍କୁ ତାଲିମ ଦିଆସରିଛି ।

Leave a Reply

Your email address will not be published. Required fields are marked *