ଜଙ୍ଗଲ ଓ ହାତୀ କରିଡର ରେ କିଭଳି ହେବ ଇଣ୍ଡଷ୍ଟ୍ରି

 ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଖଡଗପ୍ରସାଦ ଓ କୁରୁଂଟି ଗ୍ରାମର ଲାନ୍କୋ ଜମିହରା ପ୍ରଜାଙ୍କ ପକ୍ଷରୁ ଏମ୍ଓୟୁ ଉଲ୍ଲଂଘନ ଅଭିଯୋଗକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ମୁତାବକ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣୀ ହୋଇଥିଲା । ଅଭିଯୋଗ ଶୁଣାଣୀରେ ଲାନ୍କୋ ଜମିହରା ପ୍ରଜା ମଧ୍ୟ ଉପସ୍ଥିତ ଥିଲେ । ଜମିହରା ପ୍ରଜାଙ୍କ ପକ୍ଷରୁ ରାଜ୍ୟ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ପକ୍ଷ ରଖି ଘଟଣାର ସମସ୍ତ ଦସ୍ତାବିଜ ଦାଖଲ କରିବା ସହିତ ଇଡ଼କୋ କୁ ପକ୍ଷଭୁକ୍ତ କରିବା ପାଇଁ କାରଣ ୨୦୨୩ ମସିହାରେ ଜମିକୁ ଲିଜରେ ଇଡ଼କୋ ଦେଇଥିଲା କମ୍ପାନୀ କରିବା ପାଇଁ ଏବଂ ଏହି ସମୟ ଭିତରେ କ୍ଲଜ ୨୨, ୨୩, ୨୪, ୨୫ କାର୍ଯ୍ୟକାରୀ ହୋଇନାହିଁ  | ଯେହେତୁ ଲିଜ ଅବଧି ଭିତରେ କୌଣସି କାର୍ଯ୍ୟ ହୋଇନାହିଁ ତେଣୁ ତୁରନ୍ତ ଲିଜ କ୍ୟାନସେଲ କରି ଜମିର ଅସଲ ମାଲିକଙ୍କୁ ଜମି ଫେରେଇ ଦିଆଯାଉ ବୋଲି କହିଛନ୍ତି ଆଇନଜୀବୀ ଲଳିତେନ୍ଦୁ ମିଶ୍ର |

  ଏ ସମ୍ପର୍କରେ ଜମି ହରାଇଥିବା ଚାଷୀ କୁହନ୍ତି କମ୍ପାନୀ ଇଡ଼କୋ ମାଧ୍ୟମରେ ଲୋକଙ୍କ ଠାରୁ ଜମି ହଡପ କରିବା ପାଇଁ ପୂରା ଯୋଜନା କରାଯାଇଛି, ଜମି ନେବାପାଇଁ ଗ୍ରାମସଭା କରିବା ସହିତ ଆମକୁ ଉଜ୍ବଳ ଭବିଷ୍ୟତ ର ସ୍ୱପ୍ନ ଦେଖାଇଥିଲେ ଆଜି କିନ୍ତୁ ଘଟଣା ଅଲଗା ପ୍ରକାରର ତେଣୁ ଆମକୁ ଆମ ଜମି ଫେରାଇ ଦିଆଯାଉ | ଜିଲ୍ଲାପାଳଙ୍କ ପାଖରେ ଉଭୟ ପକ୍ଷ ନିଜର ମତ ରଖିଛନ୍ତି ଏବଂ ଜିଲ୍ଲପାଳ ଏହା ଉପରେ ଯାହା ବିଚାର କରିବେ ବୋଲି କହିଛନ୍ତି କମ୍ପାନୀ ତରଫରୁ ଆସିଥିବା ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ |

ଜମିହରା ପ୍ରଜାଙ୍କ ପକ୍ଷରୁ କୈଳାସ ଚନ୍ଦ୍ର ରାଉତ, ବିନୋଦ ସାହୁ, ବିଜୟ ଧଳ ଓ ନରୋତମ ରାଉତଙ୍କ ସମେତ ବହୁ ଅଭିଯୋଗକାରୀ ଉପସ୍ଥିତ ଥିଲେ ।ଏବେ ଆସନ୍ତା ମାସ ୧୫ ତାରିଖରେ ଜିଲ୍ଲାପାଳ ତାଙ୍କର ରାୟ ଶୁଣାଣି କରିବେ ବୋଲି ଜଣା ପଡିଛି |

Leave a Reply

Your email address will not be published. Required fields are marked *