ଗରିବ ହିତାଧିକାରୀ ଙ୍କ ପାଇଁ ସାତ ସପନ ସରକାରୀ ଯୋଜନା

ତ୍ରାହି ତ୍ରାହି ଡାକିଲେଣି ଜନତା

ରାଜ୍ୟ ସରକାର ଠୁ ନେଇ କେନ୍ଦ୍ର ସରକାର ଗରିବ ହିତାଧିକାରୀ ଙ୍କ ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ପ୍ରକୃତ ହିତାଧକାରୀ ସରକାରଙ୍କ ଯୋଜନା ରୁ ବାଦ୍ ନ ପଡ଼ିବା ପାଇଁ ଜିଲ୍ଲା ଠୁ ନେଇ ବ୍ଲକ ମାନଙ୍କ ରେ ସରକାରୀ କର୍ମଚାରି ଙ୍କୁ ନିୟୋଜିତ କରାଯାଇଛି। ପ୍ରକୃତ ହିତାଧିକାରୀ ସରକାରୀ ଯୋଜନା ପାଇବା ପାଇଁ ବ୍ଲକ ପରିସର କୁ ଦୌଡି ଦୌଡି ନୟାନ୍ତ ହେଲେଣି। କୌଣସି ଉପାୟ ନ ପାଇ ଚୁପ୍ ଚାପ୍ ଭଙ୍ଗା କୁଡିଆ ରେ ମୁଣ୍ଡ ଯାକି ସୋଇପଡୁଛନ୍ତି। ପ୍ରକୃତ ଗରିବ ହିତାଧକାରୀଙ୍କ ଯୋଜନା କାହିଁକି ପାଇପାରୁନାହାନ୍ତି  ଏ ନେଇ ଗୋଷ୍ଟି ଉନ୍ନୟନ ଅଧିକାରୀଣି ଙ୍କୁ ପଚାରିବାରୁ ସମସ୍ତେ ପାଇଛନ୍ତି କହି ନିଜକୁ ଏଡାଇ ଦେଇଛନ୍ତି।

କଥାରେ ଅଛି ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ନିଘୋଡ ନିଦ୍ରାରେ ବିଡ଼ିଓ ଜାଣି ଶୁଣି ଚୁପ୍। ବାପ ପୁଅ ଖଇଞ୍ଚି ଧରି ରାତି ଉଜାଗର ସକାଳେ ଖଇଞ୍ଚି ମୁହଁ ମେଲା। ଏଥି ପାଇଁ ଆମେ କହୁଛୁ ରାଜ୍ୟ ସରକାର ସାଧାରଣ ଲୋକଙ୍କ ସରକାର ଭାବରେ କାର୍ଯ୍ୟ କରୁଥିବା ବେଳେ ସାଧାରଣ ଲୋକଙ୍କ ଟିକସ ରେ ଦରମା ପାଉଥିବା କିଛି ସରକାରୀ କର୍ମଚାରି ମାନେ ଗରିବ ହିତାଧିକାରୀ ମାନଙ୍କୁ ଯୋଜନା ରୁ ବାଦ୍ ପକାଇ ଥଟ୍ଟା ପରିହାସ କରିବା ଭଳି ଲାଗୁଛି।

ଭାତ ହାଣ୍ଡିରୁ ଗୋଟେ ଦେଖିବା ଯାହା ବାସୁଦେବପୁର ପଞ୍ଚାୟତ ସେମିତି ରେ ଆବାସ ଯୋଜନାର ମହା ଘୋଟାଲା କୁ ନେଇ ନରର୍ସିଂହପୂର୍ ପଞ୍ଚାୟତ ଆବାସ ଘୋଟାଲା ଘଟଣା ଏବେ ହାଇକୋର୍ଟରେ ପହଞ୍ଚିଛି। ଦେଖିବାକୁଗଲେ ପ୍ରକୃତ ଗରିବ ହିତାଧିକାରୀ ମାନେ ପାଇ ନାହାନ୍ତି ଆବାସ ଯୋଜନା। ପ୍ରକୃତ ହିତାଧକାରୀ ମାନେ  ରେସନ୍ କାର୍ଡ ରୁ ବଞ୍ଚିତ । ଥିଲା ବଲା ହାତେଇଛନ୍ତି ରେସନ୍ କାର୍ଡ। ଘୁଣ୍ଟ ଶୁନ୍ୟ ବିଶ୍ୱା ନାସ୍ତୀଙ୍କ ପାଖରେ ନାହିଁ ରେସନ୍ କାର୍ଡ। ଗ୍ରୀଷ୍ମ ପ୍ରବାହ ରେ ପାନୀୟ ଜଳ ର ମହା ସଙ୍କଟ, ପାଇପାରି ନାହାନ୍ତି ସ୍ବଚ୍ଛ ପିଇବା ପାଣି। କେଁଉଠି ଲୁଣି ପାଣି ତ କେଉଁଠି କସିଡିଆ ଅଳିଆ ପାଣି .

Leave a Reply

Your email address will not be published. Required fields are marked *