ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଅନୁମାନ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟର ଉଚ୍ଚତା ସମୁଦ୍ର ପତନରୁ ୭.୬ କିମି ପର୍ଯ୍ୟନ୍ତ ବିସ୍ତୃତ ରହିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆହୁରି ସକ୍ରିୟ ହେବ ଲଘୁଚାପ । ସକ୍ରିୟ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପ୍ରଭାବରେ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା ।

ରାଜ୍ୟରେ ଦୁଇ ଦିନ ହେଲା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କିଛି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଆଜି ସକାଳ ୮ ସୁଦ୍ଧା, ବରଗଡ଼ର ଅମ୍ବାଭୋନାରେ ସର୍ବାଧିକ ୧୮୦ ମିମି ବର୍ଷା ରେକର୍ଡ କରାଯାଇଛି । ସମ୍ବଲପୁରର ଯୁଯୁମରାରେ ୧୩୦ମିମି ଓ ବରଗଡ଼ର ଅତାବିରାରେ ୧୨୦ ମି.ମି ବର୍ଷା ନେଇ ରେକର୍ଡ କରାଯାଇଛି। ଟ୍ବିନସିଟିରେ ମଧ୍ୟ ଲାଗି ରହିଛି ବର୍ଷା । ୭ ତାରିଖ ଯାଏଁ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

କନ୍ଧମାଳରେ ୨ ଦିନ ସ୍କୁଲ ଛୁଟି । ଆଜି ଓ ଆସନ୍ତାକାଲି ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖାଯିବାକୁ ଘୋଷଣା କରାଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ହେଲା ଛୁଟି ଘୋଷଣା । ସ୍କୁଲ ଛୁଟି ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ । ଲଗାଣ ବର୍ଷାରେ ଜୀବନ ଯାତ୍ରା ପ୍ରଭାବିତ ହେଉଥିବାରୁ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ସୂଚନା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *