ରାଇଘର  ଗୋପାଳ ମାନଙ୍କୁ ଖରାରେ  ଆଣ୍ଠେଇବା ସହ ଗୁପ୍ତାଙ୍ଗ ରେ କଣ୍ଟା ଫୋଡିବା ଘଟଣା ରେ ବି ଜେ ଡି ର ପ୍ରତିନିଧି ଦଳ  ଚନ୍ଦାହାଣ୍ଡି ଥାନା ଗସ୍ତ

7 ଦିନରେ କାର୍ୟନୁଷ୍ଠାନ ନେବା  କୁ  ପୋଲିସ ର ପ୍ରତିଶ୍ରୁତି

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଲୁଧୁଆପଡା ଗ୍ରାମ ଠାରେ l ଗତ 21 ତାରିଖ ଦିନ କୁହୁଡି ପଞ୍ଚାୟତ   ଦହିମାଲ ଠାରୁ  ନିଜ ଘର ରାଇଘର   କୁ ନେଉ ଥିବା ସମୟ ରେ  l ଚନ୍ଦାହାଣ୍ଡି   ଵଜରଙ୍ଗ ଦଳ ର ସଭାପତି ସୁମନ୍ତ କୁମାର ରଥ  ଏବଂ ଦଳ ର କିଛି ସଦସ୍ୟ ସେମାନଂକୁ ଗୋଚାଲାଣ କାରୀ ସନ୍ଧେହ ରେ  ରାସ୍ତା ରେ ଅଟକାଇ, ସେମାନଂକୁ ଅସଭ୍ୟ ଭାଷା ରେ ଗାଳିଗୁଲଜ ଦେବା ସହ ଦେହ ରେ ଛେପ ପକାଇବା ସହ ସେମାନଙ୍କ ଗୁପ୍ତାଙ୍ଗ ରେ  କଣ୍ଟା ଫୋଡି 46 ଡିଗ୍ରୀ ଖରା ରେ ଆଣ୍ଠେଇ ଚଲେଇବା ଘଟଣା  ରେ ପୋଲିସ ସେମାନଂକୁ  ନାମକୁ ମାତ୍ର ଗିରଫ କରି   ଶୀଘ୍ର ଛାଡ଼ିଦେବା ଘଟଣା ରେ  ଆଜି  l ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ  ବି ଜେ ଡି ର ଏକ ପ୍ରତିନିଧି ଦଳ ଚନ୍ଦାହାଣ୍ଡି ଥାନା ଗସ୍ତ କରି l   ଵଜରଙ୍ଗ ଦଳ ର ଏତା ଦୃଶ୍ୟ ଅମାନବିୟ କାର୍ଯ୍ୟ କୁ ନିନ୍ଧା କରିବା ସହ  ପୋଲିସ ର  ସେମାନଙ୍କ ପ୍ରତି କୋହଲନୀତି କୁ ନିନ୍ଧା କରି ଥିଲେ l ଜଣେ ନିରୀହ ଗୋପାଳ ଙ୍କ ପ୍ରତି ପଶୁ ତୁଲ୍ୟ ଅତ୍ୟାଚାର କରିବା ସତ୍ୱେ  ପୋଲିସ  ସେମାନଙ୍କ ପ୍ରତି କୋହଲ ଧାରା ଲଗାଇ ବା ର କାରଣ  କଣ ବୋଲି ପ୍ରଶ୍ନ କରିବା ସହ ଏହାର ତୁରନ୍ତ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଏସ ଡି ପି ଓ ଶୁଭେନ୍ଧୁ ଶବର ଏବଂ ଆଇ ଆଇ ସି ବିମଳ  ଲାକ୍ରା ଙ୍କୁ  ଦାବୀ କରି ଥିଲେ l  

ନଚେତ ବି ଜେ ଡି  ରାଜ୍ୟ ସାରାଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇ ଥିଲେ l  7 ଦିନ ପରେ ପୋଲିସ କାର୍ଯ୍ୟନୁଷ୍ଠାନ ନେବ ବୋଲି ପ୍ରତିଶ୍ରୁତି ଦେଇ ଥିବା ନେଇ ଗଣମାଧ୍ୟମ  କୁ ପ୍ରକାଶ କରି ଥିଲେ l.  ଏହି ପ୍ରତି ନିଧି ଦଳ ରେ  ପୂର୍ବତନ ସାଂସଦ  ପ୍ରଦୀପ ମାଝି, ରମେଶ ମାଝି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ନବରଙ୍ଗପୁର  ବିଧାୟକ ସଦାଶିବ ପ୍ରଧାନୀ,  ପୂର୍ବତନ ଉମରକୋଟ ବିଧାୟକ  ସୁବାଷ ଗଣ୍ଡ, ନବୀନା ଗଣ୍ଡ, ଗୁପ୍ତପ୍ରସାଦ ଝାକର, ନୀଳମଣୀ ଗୌଡ଼, କମଲୁ ମନହିରା  ବାସୁଦେବ ଗୌଡ଼  ପ୍ରମୁଖ  ସାମିଲ ଥିଲେ l 

Leave a Reply

Your email address will not be published. Required fields are marked *