୧୭ ଅଭିଯୋଗ ର ଶୁଣାଣି ହୋଇଥିବା ବେଳେ ୩ ଅଭିଯୋଗ ର ତ୍ୱରିତ ସମାଧାନ
ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ କେ.ନୂଆଗାଁ ପଞ୍ଚାୟତରେ ଆଜି ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଲକ୍ଷ୍ୟରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ଶିବିରରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଚିକିଟୀ ବିଡିଓ ବିବେକାନନ୍ଦ ମିଶ୍ର, ତହସିଲଦାର ବିଶ୍ୱ ରଞ୍ଜନ କହଁର, ଏବିଡ଼ିଓ ଚକ୍ରଧର ପ୍ରଧାନ,ସିଡିପିଓ ଭି. ମଣିମାଳା, ସରପଞ୍ଚ ମହେନ୍ଦ୍ର ନାଥ ପ୍ରଧାନ ଙ୍କ ସମେତ ବହୁ ଲାଇନ ବିଭାଗର ଅଧିକାରୀ ଯୋଗଦେଇ ଲୋକଙ୍କ ସମସ୍ୟା ଶୁଣିଥିଲେ।
ଭତ୍ତା, ଆବାସ ଯୋଜନା, ରାସନ କାର୍ଡ, ହରିଶ୍ଚନ୍ଦ୍ର ଯୋଜନା ରେ ସହାୟତା ସମେତ ବିଭିନ୍ନ ସମସ୍ୟାକୁ ନେଇ ମୋଟ ୧୭ ଗୋଟି ଅଭିଯୋଗ ଦାଖଲ ହୋଇଥିଲା। ସେଥିମଧ୍ୟରୁ ୩ଟି ଅଭିଯୋଗର ଘଟଣାସ୍ଥଳରେ ତ୍ୱରିତ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ଅବସରରେ ରାଜସ୍ୱ ବିଭାଗ ପକ୍ଷରୁ ୧୨ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ସେହିପରି ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରାଯାଇ ସରକାରୀ ସହାୟତା ପହଞ୍ଚାଇବାର ପ୍ରୟାସକୁ ଆହୁରି ସୁଦୃଢ଼ କରାଯାଇଥିଲା .
