ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଜନ୍ମୋତ୍ସବ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁଲୁକିବ ହିଞ୍ଜିଳିକାଟୁ ସହର। ସହର ର ଆରାଧ୍ୟ ଦେବତା ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଜନ୍ମୋତ୍ସବ ଯାତ୍ରା ଜାକଜକମର ସହ ଅନୁଷ୍ଠିତ ହେବ। ଏହି ଅବସରରେ ପବିତ୍ର ଅକ୍ଷୟ ତୃତୀୟା ଦିନ ରୀତିନୀତି ଓ ପରମ୍ପରା ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।ଚଳିତ ମାସ ୩୦ ତାରିଖରୁ ତିନି ଦିନ ଧରି ଯାତ୍ରା ପାଳନ ହେବାକୁ ସମୟ ସ୍ଥିର ହୋଇଛି। ଏହା ପୂର୍ବରୁ ଆଜି ଅକ୍ଷୟା ତୃତୀୟା ଅବସରରେ ପାରମ୍ପରିକ ରୀତି ଅନୁଯାୟୀ ପ୍ରଥମେ ରାଜା ସାହେବଙ୍କ ଆଜ୍ଞାଦେଶ ଗ୍ରହଣ କରାଯାଇଥିଲା। ପରେ ଲକ୍ଷ୍ମୀ ନୃସିଂହ ମନ୍ଦିରରୁ ବାଦ୍ୟବାଜଣ ସହିତ ଆଜ୍ଞାମାଳ ଆଣାଯାଇଥିଲା।ତାପରେ ସହରର କେଉଟ ସାହି, ରଂଗୁଣୀ ସାହି ଓ ପାଟଣା ସାହି ଅଞ୍ଚଳରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଏହି ଅବସରରେ ସହରର ଭକ୍ତମାନେ ଓ ଶ୍ରଦ୍ଧାଳୁମାନେ ବିଶେଷ ଉତ୍ସାହର ସହ ଯୋଗଦେଇଥିଲେ।ଆସନ୍ତା ତିନିଦିନୀୟ ଯାତ୍ରାକୁ ନେଇ ସମଗ୍ର ସହରରେ ଉତ୍ସବମୁଖର ପରିବେଶ ଦେଖାଦେଇଛି। ପ୍ରଶାସନ ଓ ଯାତ୍ରା କମିଟି ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଭକ୍ତମାନଙ୍କ ଭିଡ଼ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *