ସମ୍ବଲପୁର କୋର୍ଟକୁ ବୋମା ଧମକ, ଧମକପୂର୍ଣ୍ଣ ମେସେଜ ପରେ ସୁରକ୍ଷା କଡାକଡି

ସମ୍ବଲପୁର: ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ | କୋର୍ଟକୁ ବୋମାରେ ଉଡାଇ ଦେବାକୁ ଇ-ମେଲ ମାଧ୍ୟମରେ ଧମକ ଆସିଛି | ଧମକ ମିଳିବା ପରେ କୋର୍ଟ ପରିସରରେ ଆତଙ୍କ ସୃଷ୍ଟି ହେଇଛି |

            ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ, ସନ୍ଧାନୀ କୁକୁର ଏବଂ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ପହଞ୍ଚି ଯାଇଛନ୍ତି ଏବଂ ସେମାନେ ସେଠାରେ ସନ୍ଧାନ କାର୍ଯ୍ୟ ଜାରି ରଖିଛନ୍ତି | ପୂର୍ବରୁ ମଧ୍ୟ କୋର୍ଟକୁ 4 ଥର ବୋମା ଧମକ ଆସିଥିଲା | କୋର୍ଟ ପରିସରକୁ ତୁରନ୍ତ ଖାଲି କରିବା ପାଇଁ ନିର୍ଦେଶ ଦିଆଯାଇଛି  | ଏହିପରି ବାରମ୍ବାର ବୋମା ଧମକ ଆସୁଥିବାରୁ, ଏହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି | ଧମକପୂର୍ଣ୍ଣ ଇ-ମେଲଟି କେଉଁଠୁ ଆସିଛି ସେନେଇ ସାଇବର ଟିମ ସହାୟତାରେ ତଦନ୍ତ ଚାଲିଛି | ଘଟଣାର ପ୍ରକୃତ କାରଣ ଏବଂ ଧମକ ଦେଇଥିବା ବ୍ୟକ୍ତିଙ୍କ ପରିଚୟ  ଏଯାଏଁ ସ୍ପଷ୍ଟ ହୋଇନାହିଁ | କୋର୍ଟର କାର୍ଯ୍ୟକଳାପ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ପୋଲିସର ସୁରକ୍ଷା କଡାକଡି କରାଯାଇଛି  |

Leave a Reply

Your email address will not be published. Required fields are marked *