ଧର୍ମଶାଳା ବିଜେପି ପକ୍ଷରୁ ସମ୍ବିଧାନ ପ୍ରଣେତା ଡ. ଭିମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଜାରକାସ୍ଥିତ ଷ୍ଟାଡିୟମ ହଲରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ଚନ୍ଦ୍ରମଣି ପଣ୍ଡିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଭାରତର ସମ୍ବିଧାନ ପ୍ରଣେତା ଡ. ଭିମରାଓ ଅମ୍ବେଦକରଙ୍କ ଲିଖିତ ସମ୍ବିଧାନ ବଳରେ ଭାରତର ଲୋକମାନେ ଭେଦ ଭାବ ଭୁଲି ଦେଶ ପାଇଁ କାର୍ଯ୍ୟ କରୁଛନ୍ତି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସମସ୍ତ ଦଳିତ ସାହିରେ ଗୋଟିଏ ଲେଖାଏଁ ଆମ୍ବେଦକର ଭବନ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି ବୋଲି ବିଧାୟକ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜେପି ସଭାପତି ଦେବଜାନୀ ପ୍ରଧାନ ଯୋଗଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ପୁର୍ବତନ ସାଂସଦ ରୀତା ତରେଇ, ପ୍ରମୁଖ ଯୋଗଦେଇ ଡ. ଭିମରାଓ ଆମ୍ବେଦକର ବିଭିନ୍ନ ବର୍ଗରୁ ଆସିଥିବା ଭାରତୀୟମାନେ ଏକ ହୋଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱନ କରିଥିଲେ ।
