Breaking newsମୁଖ୍ୟ ଖବରରାଜ୍ୟ ସାଇକେଲ ଆରୋହୀଙ୍କୁ ମାଡିଦେଇ ପଲଟିଗଲା ଯାତ୍ରା ପାର୍ଟି ଟ୍ରକ:ଜଣେ ମୃତ ପାଞ୍ଚ ଗୁରୁତର FOCUS PLUSFebruary 7, 2022 ଅଠର ନମ୍ବର ଜାତୀୟ ରାଜପଥର ଗଡଗଡିଆ ଛକ ନିକଟରେ ଦୃଘଟଣା ।OR – 01C 6595 ନମ୍ବର ବିଶିଷ୍ଟ ଏକ ଟ୍ରକ ଅମୃତ ମହଲ ନାମକ ଏକ ଯାତ୍ରା ପାର୍ଟିର ସରଞ୍ଜାମ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ସମୟରେ ଏକ ସାଇକେଲ ଆରୋହୀକୁ ଧକ୍କାଦେଇ ରାଜପଥ ପାର୍ଶ୍ବକୁ ପାଲଟିଯାଇଥିଲା ।ସାଇକେଲ ଆରୋହୀ ଜଣଙ୍କ ଟ୍ରକତଳେ ଚାପିଯାଇଥିଲା । ଘଟଣାସ୍ଥଳରେ ବୌଶିଙ୍ଗା ପୋଲିସ ଓ ବେତନଟୀ ଅଗ୍ନିଶମ ବିଭାଗ ପହଞ୍ଚି କ୍ରେନ ସାହାର୍ଯ୍ୟରେ ଟ୍ରକତଳୁ ମୃତ ସାଇକେଲ ଆରୋହୀକୁ ଉଦ୍ଧାର କରିବା ସହ ଯାତ୍ରାପାର୍ଟିର ପାଞ୍ଚ ଜଣଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ମୃତକ ବୌଶିଙ୍ଗା ଥାନା ଅନ୍ତର୍ଗତ ବଗଲପୁର ଗ୍ରାମର ହରିମୋହନ ମର୍ମୁ ।ପାଞ୍ଚ ଗୁରୁତର ମଧ୍ୟରୁ ଦୁଇଜଣ ଲଙ୍ଗଳେଶ୍ବର ର ଗୋପିକୃଷ୍ଣ ମଣ୍ତଳ ଓ ତପନ କୁମାର ସାମନ୍ତରାୟ , ବାଲେଶ୍ବର ର ବିଶ୍ବଜିତ ଦାସ ,ଭଦ୍ରକର ଶିବସୁନ୍ଦର ଜେନା ଓ କେସଡିହାର ରାଉତ ପୂର୍ତ୍ତି ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ।ଦୃଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଛି ।ସୁଧାକର ଭୂୟାଁ ,ବେତନଟୀ ,ମୟୂରଭଞ୍ଜ
ନାଗପୁରରେ ନକଲି ସରୋଗେସି ରାକେଟର ପର୍ଦ୍ଦାଫାସ, ନବଜାତକୁ ବିକିଲେ ଡାକ୍ତର ଆମେ ଡାକ୍ତରଙ୍କୁ ଭଗବାନଙ୍କ ଭଳି ମାନିଥାଉ । ହେଲେ ହାତ ଗଣତି କିଛି ଟଙ୍କା ପାଇଁ ସେମାନେ ଭଗବାନରୁ ସୈତାନ ପାଲଟିଯାଆନ୍ତି, ତାହାର ସଦ୍ୟତମ ଘଟଣା ଦେଖିବାକୁ…
ଖାଦ୍ୟ ଖାଇବାର ସଠିକ ସମୟ ଫୋକସ ପ୍ଲସ 2/5/23(ବ୍ୟୁରୋ): ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଭୋଜନ କରିବା ପରେ ଶରୀର ଯେତେ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବ, ତାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ମାତ୍ର…
ଆସିଗଲା ବଜେଟ୍ ଆଜି ଲୋକସଭାରେ ଆଗତ ହୋଇଛି କେନ୍ଦ୍ର ବଜେଟ୍ | ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ୍ ଅଭିଭାଷଣ ଆରମ୍ଭ କରିବା ସହ ବଜେଟ୍ ଉପସ୍ଥାପନ କରିଛନ୍ତି।…