ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଉପଲକ୍ଷେ ସଚେତନ ସଭା

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ା ଗ୍ରାମପଞ୍ଚାୟତ ଠାରେ କୀଟ,କୀମସ ଓ କିସ୍ସ ତରଫରୁ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଉପଲକ୍ଷେ ଦେଉଳପଡ଼ା ଗ୍ରାମପଞ୍ଚାୟତ ଠାରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି l ସଂସ୍ଥା ର ପ୍ରାଣ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ବିପଥ ଗାମୀ ଯୁବ ପିଢ଼ି କୁ ଆଜିର ଯୁଗରେ   ଦେବାର କଳା କୁ ଗୁରୁତ୍ୱ ଦେବାର ପ୍ରୟାସ ଜାରିରଖିଛନ୍ତି l ଦେବାରେ ଯେଉଁ ଆନନ୍ଦ ଥାଏ ପାଇବାରେ ତାହା ଆନନ୍ଦ ନଥାଏ। ଅର୍ଥ ଲୋଭି ମଣିଷ ନେବା ସହିତ ଦେବା, ଦାନ ବଦଳରେ ପ୍ରତିଦାନ ବା ପ୍ରଦାନ ଶିକ୍ଷା ପାଇ ଦୀର୍ଘ 13ବର୍ଷ ଧରି ନିରନ୍ତର ପ୍ରୟାସ ଚଳାଇଛନ୍ତି l କାର୍ଯ୍ୟକ୍ରମର ତ୍ରୟୋଦଶତମ ବାର୍ଷିକ ଉତ୍ସବ ଅବସର ରେ ସ୍ବେଛାସେବୀ ତଥା ରାଜନୀତିଜ୍ଞ ପ୍ରଫେସର ସାମନ୍ତ ଙ୍କ ସଂସ୍ଥାର ସ୍ଥାନୀୟ ଜିଲ୍ଲା ସଂଯୋଜକ ଅନନ୍ତ ଖଟୁଆ, ସ୍ଥାନୀୟ ବ୍ଲକ  ସଂଯୋଜକ ରଞ୍ଜିତ ଜେନା ଓ  ସବ୍ୟସାଚି ମହାନ୍ତି ସଂଯୋଜନା ରେ ସଚେତନ ସଭା  ଅନୁଷ୍ଠିତ ହୋଇଯାଇଛି l ସଭାରେ ସ୍ଥାନୀୟ ସରପଞ୍ଚ ନିବେଦିତା ଦାସ, ଅବସର ପ୍ରାପ୍ତ ଶିକ୍ଷକ ଦେବଦତ୍ତ ଷଡ଼ଙ୍ଗୀ,ପଂଚାୟତ ର ପୂର୍ବତନ ସମିତି ସଭ୍ୟ ଶଶିଭୂଷଣ ଦାସ ଓ ଶଶାଙ୍କ ଶେଖର ସାହୁ ଆଦି ଅତିଥି ଭାବେ ମଂଚାସୀନ ହୋଇ ଅଭିଭାଷଣ ରଖିଥିଲେ l କଳା ଯୋଗୁ ଭାବ ,ଭକ୍ତି ପ୍ରେମ ଆବେଗ ସୃଷ୍ଟି ହେଲେ ମନୁଷ୍ୟ ଭିତରେ ଧୀର, ନମ୍ର, ବଦାନ୍ୟତା ପ୍ରତିଫଳିତ ହୁଏ l ଯାହାକି ଆଜିର ବ୍ୟସ୍ତ ବହୁଳ ତଥା ସ୍ୱାର୍ଥ ସର୍ବସ୍ୱ ସମାଜଠୁ ଉର୍ଦ୍ଧ୍ଵ କୁ ନେଇ ଭଲ ମଣିଷ ଭାବେ ଗଢିତୋଳିଥାଏ ବୋଲି ମତ ରଖିଥିଲେ। ସଭାରେ ଅଂଶ ଗ୍ରହଣ କାରି ଭାବେ ପଂଚାୟତ ର ମୁରବି ଓ ଛାତ୍ର ଛାତ୍ରୀ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *