କଳଶପୁରରେ ଭୟାବହ ଅଗ୍ନିକାଣ୍ଡ : ଅନନ୍ତ ମହାକୁଡ଼ଙ୍କ ୮ ବଖରା ଘର ପୋଡ଼ି ପାଉଁଶ

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅବଜୁଣା ପଞ୍ଚାୟତର କଳଶପୁର ଗାଁରେ ଘଟିଥିବା ଏକ ଭୟାବହ ଅଗ୍ନିକାଣ୍ଡରେ ଗାଁର ଅନନ୍ତ ମହାକୁଡ଼ଙ୍କ ୮ ବଖରା ବିଶିଷ୍ଟ ଘର ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର, ଧାନ, ଲୁଗାପତ୍ର ଓ ଦୈନିକ ବ୍ୟବହାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଅଚାନକ ଭାବେ ଘରୁ ନିଆଁ ଲାଗିଥିଲା। କିଛି ସମୟ ମଧ୍ୟରେ ନିଆଁ ଭୟଙ୍କର ରୂପ ଧାରଣ କରି ସମଗ୍ର ଘରକୁ ଗ୍ରାସ କରିଦେଇଥିଲା। ଗ୍ରାମବାସୀମାନେ ନିଆଁ ଲିଭାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ  ନିୟନ୍ତ୍ରଣରୁ ବାହାରେ ଥିଲା।

ଖବର ପାଇ ସ୍ଥାନୀୟ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ୟମ କରି ନିଆଁକୁ କାବୁ କରିଥିଲେ। ତେବେ ସେତେବେଳକୁ ଘର ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଥିଲା।ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *