“ଜୁଭେଣ୍ଟିକା” କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ

ବାଲିଆପାଳ ଥାନା ପରିସରରେ ଓଡ଼ିଶା ପୋଲିସ ଓ ୟୁନିସେଫ ର ମିଳିତ ସ‌ହ‌ଯୋଗରେ “ଜୁଭେଣ୍ଟିକା” କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ ଙ୍କ ଦ୍ବାରା ଭିଡିଓ କନଫରେନ୍ସ ମାଧ୍ଯମରେ ଅନୁଷ୍ଠିତ ହୋଇଯାଇଛି। ବସ୍ତା ଏସ୍‌ଡିପିଓ ମାନସ ଦେଓ ଏହି କାର୍ଯ୍ୟକ୍ରମରେ ଯୋଗଦେଇ  କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କିଶୋର କିଶୋରୀ ମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା, ଶିଶୁ ସୁରକ୍ଷାକୁ ଗୁରୁତ୍ବ ଦେବା ତଥା ପୋଲିସ ଓ

ପିଲାମାନଙ୍କ  ମଧ୍ୟରେ ସମ୍ପର୍କର ସେତୁକୁ ସୁଦୃଢ କରିବାର ମୂଳଲକ୍ଷ୍ୟ । କାର୍ଯ୍ୟକ୍ରମରେ ବାଲିଆପାଳ ଅଞ୍ଚଳର କିଶୋର କିଶୋରୀ ଯୋଗ ଦେଇଥିବା ବେଳେ

 ସିଡିପିଓ ସୁନୀତା ନାୟକ, ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ।ଶେଷରେ ବାଲେଶ୍ବର ଏସପିଙ୍କ ଦ୍ବାରା ସିଡବ୍ଲ୍ୟୁପିଓ ଭାବେ ନିଯୁକ୍ତ ବାଲିଆପାଳ ଥାନାର ଏସଆଇ ଶୁଭସ୍ମିତା ପାଲ୍ ପିଲାମାନଙ୍କୁ ଥାନା ପରିସର ବୁଲାଇବା ସହ  ପୋଲିସ ପିଲାମାନଙ୍କର ଶତୃ ନୁହଁନ୍ତି ବରଂ ସେ ମାନଙ୍କର ମିତ୍ର ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *