ମହିଳାଙ୍କୁ ୩୩% ସଂରକ୍ଷଣ ଦେବାରେ ବିଫଳ ଏବଂ ନାରୀ ନିର୍ଯ୍ୟାତନା ରୋକିବାରେ ଅସମର୍ଥ ବିଜେପି ସରକାର ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ନର୍ଲାରେ ଜୋରଦାର ପ୍ରତିବାଦ ଅନୁଷ୍ଠିତ ହୋଇଛି।
ନର୍ଲାରେ ହଜାର ହଜାର ମହିଳା ଏକତ୍ରିତ ହୋଇ ମହିଳା ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ସ୍ୱର ଉଠାଇଥିଲେ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ପାଇଁ ନର୍ଲା ସ୍ଥିତ ପିଡବ୍ଲୁଡି ଆଇବି ଠାରେ ବିଜେଡିର ବିଶାଳ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।
ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହାସହ ନର୍ଲା ବ୍ଲକ ମହିଳା ସଭାନେତ୍ରୀ ପ୍ରମିଳା ପ୍ରଧାନ, ଭବାନୀପାଟଣା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ପୂର୍ବତନ ମହିଳା ସଭାନେତ୍ରୀ ଲଳିତା ନାଏକ, ମହିଳା ଜିଲ୍ଲା ସଭାପତି ସବିତା ପ୍ରଧାନଙ୍କ ସହ ଅନେକ ନେତୃବୃନ୍ଦ ଓ ହଜାର ହଜାର ମହିଳା ଉପସ୍ଥିତ ଥିଲେ।
ନର୍ଲାର ରାସ୍ତାରେ ଦେଖିବାକୁ ମିଳିଥିଲା ଜନଆକ୍ରୋଶର ବଡ଼ ଚିତ୍ର।
