କୁଆଡେ ଗଲା ସରକାରଙ୍କ ପ୍ରତିଶୃତି …
ସରକାର କହୁଛନ୍ତି ଘରେ ଘରେ ପହଞ୍ଚିବ ରାଜସ୍ୱ ସେବା ଲୋକେ ତହସିଲ୍ କାଯ୍ୟଳୟ ନୁହେଁ ବରଙ୍ଗ ତହସିଲ ଅଧିକାରୀ ଲୋକଙ୍କ ପାଖକୁ ପହଞ୍ଚିବେ ଆଉ ବିନା ପକ୍ଷପାତ ରେ ଲୋକଙ୍କ ପାଖରେ ସେବା ପହଞ୍ଚାଇବା ପାଇଁ ରାଜସ୍ୱ ମନ୍ତ୍ରୀ ଓ ସଚିବ ଏହି ନିକଟରେ ସମସ୍ତ ତହସିଲ୍ କୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଆଜିବି ଗ୍ରାଣ୍ଡ ଜିରୋରେ କିଛି ପ୍ରଭାବଶାଳୀ ମୁଷ୍ଟିମେୟ ଲୋଙ୍କ ପ୍ରଶାସନିକ ଅଧିକାରୀ ଙ୍କୁ ଚାପ ପକାଉଛନ୍ତି ଯାହା ପାଇଁ ଗରିବ ଶ୍ରୀଣୀର ଲୋକ ମାନେ ଆଜିବି ବିଭିନ୍ନ ପ୍ରକାର ସମସ୍ୟା ସମୁଖୀନ ହେଉଛନ୍ତି । ଏ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ତହସିଲ୍ ଅଧିନ ସଞ୍ଜୁଲତା ସହୁ ସ୍ଵାମୀ ସ୍ୱର୍ଗତ ରାମାକାନ୍ତ ସାହୁ ଙ୍କ ର ୨୫ ବର୍ଷ ହେବ କର୍କଟ ରୋଗରେ ଆରପାରି କୁ ଚାଲି ଯାଇଛନ୍ତି ବିଦ୍ୟାଳୟ ବାରଣ୍ଡାରେ ବିତୁଛି ମଞ୍ଜୁଲତା ଙ୍କ ଜୀବନ l ଆଜିକୁ ୮ ବର୍ଷ ହେବ ଭୂମିହୀନ ଯୋଜନା ରେ ମିଳିଛି ପଟ୍ଟା ତତସହିତ ସରକାର ଅନ୍ତୋଦୟ ଆବାସ ଯୋଜନାରେ ବ୍ଲକ ପ୍ରଶାସନ ତରଫରୁ ଘର ମଧ୍ୟ ପାଇଛନ୍ତି l ହେଲେ ବଡ଼ ଦୁଃଖ ଓ ପରିତାପର ବିଷୟ ଆଜିର ବିଚିତ୍ର ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଆଜିବି ବାସହରା ସଞ୍ଜୁଲତା l ଯାହା ପାଇଁ ଆଜି ନିଜ କୋହ ସମ୍ଭାଳି ନ ପାରି କାନ୍ଧି କାନ୍ଧି ଗଣମାଧ୍ୟମ ର ସାହାରା ନେଇଛନ୍ତି।
ଯେଉଁଥି ପାଇଁ ଆଜି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରେ ଜୀବନ ବିତାଉଛନ୍ତି ସଞ୍ଜୁଲତା ସାହୁ ଏବଂ ତାଙ୍କ ଏକମାତ୍ର ପୁଅ ଜିତେନ୍ଦ୍ର ସଂଘର୍ଷ ର ସହ ଜୀବନ ବିତାଉଛନ୍ତି lଓଳିଏ ଖାଇଲେ ଦି ଓଳି ଓପାସ ଜୀବନରେ ଆଜିକୁ ୬ ମାସ ହେବ ଅନ୍ୟ ଜଣଙ୍କ ଜାଗାରେ ରହୁଥିବା ଝୁମ୍ପଡ଼ି ଚାଳଘର ମଧ୍ୟ ବର୍ଷା ରେ ଭାଙ୍ଗି ଯାଇଥିଲା l ସେହି ଦିନଠାରୁ ଗ୍ରାମରେ ଥିବା ତୁଳସୀ ପ୍ରକଳ୍ପ ବିଦ୍ୟାଳୟ ବାରଣ୍ଡାରେ ମୁଣ୍ଡଗୁଞ୍ଜି ଜୀବନ ବିତାଉଛନ୍ତି l ରମାକାନ୍ତଙ୍କ ଦେହାନ୍ତ ପରେ ଦୁଃଖେ କଷ୍ଟେ ତିନି ଝିଅଙ୍କର ବିବାହ କରିବା ପରେ ଆଜିକୁ ୨୫ବର୍ଷ ହେବ ଏକ ମାତ୍ର ପୁଅ କୁ ସାଙ୍ଗରେ ନେଇ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇ କାଳାତିପାତ କରୁଛନ୍ତି l ପୁଅ ଦୁଇ ତିନି ବର୍ଷ ହେବ ଏକ ଚପଲ ଦୋକାନରେ ରହି ଯାହା ରୋଜଗାର କରି ଆଣେ ସେଥିରେ ପରିବାର ଗୁଜୁରାଣ ମେଣ୍ଟାନ୍ତି l ହେଲେ ଦୀର୍ଘ ୮ ବର୍ଷ ହେବ ଭୂମିହୀନ ଯୋଜନାରେ ପଟ୍ଟା ପାଇଥିଲେ ସୁଦ୍ଧା ଉକ୍ତ ଜାଗା ତହସିଲ ଦ୍ୱାରା ଚିହ୍ନଟ ହୋଇ ନ ପାରିବା ଯୋଗୁଁ ଉକ୍ତ ପ୍ଲଟ ରେ ଘର କରିପାରୁ ନାହାନ୍ତି ବୋଲି ସଞ୍ଜୁଲତା ଅଭିଯୋଗ କରିଛନ୍ତି l ଏ ନେଇ ସେ ପଞ୍ଚାୟତ ଠାରୁ ଆରମ୍ଭ କରି ତହସିଲ କାର୍ଯ୍ୟାଳୟ ଓ ପରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ରେ ମଧ୍ୟ ଅଭିଯୋଗ କରିଛନ୍ତି l ହେଲେ ୪୦ ଡିଗ୍ରୀ ଡହ ଡହ ଖରାରେ ବିଦ୍ୟାଳୟ ବାରଣ୍ଡାରେ ଜୀବନ ବିତାଉଥିବା ବେଳେ ତାଙ୍କ ସମସ୍ୟା କଥା କେହି କର୍ଣ୍ଣପାତ କରୁ ନାହାଁନ୍ତି।ଦୀର୍ଘ ତିନି ବର୍ଷ ହେବ ଜାଗା ଚିହ୍ନଟ ପାଇଁ ଅଫିସ ରୁ ଅଫିସ ଦୌଡ଼ି ଦୌଡ଼ି ସଞ୍ଜୁଲତା ହତାଶ ହୋଇପଡିଛନ୍ତି l
ତେବେ ତହସିଲଦାର ପ୍ରତିଶୃତି ଦେଇଛନ୍ତି ଖୁବ୍ ଶୀଘ୍ର ସମସ୍ୟା ର ସମାଧାନ କରିବେ ବୋଲି ଦେଖିବାର ବାକି ରହିଲା କେବେ ଆଳି ପ୍ରଶାସନ ମଞ୍ଜୁଲତା ଙ୍କ ଦୁଃଖ ଦୂର କରୁଛନ୍ତି ଆଉ ମଞ୍ଜୁଲତା ଙ୍କ ମୁହଁ ରେ ହସ ଫୁଟେଇ ପାରୁଛି।
