ଡେଲାଙ୍ଗରେ ସରକାର ଙ୍କ ଚିଠି ୧୩୪୪୪ କୁ ବେଖାତିର

ସାରା ରାଜ୍ୟରେ ପେଟ୍ରୋଲ କୁ ନେଇ ଦୀର୍ଘ ୫ଦିନ ହେଲା ତୁମ୍ଭି ତୋଫାନ ଚାଲୁଥିବାବେଳେ ଓଡ଼ିଶାରେ ଭୁବନେଶ୍ୱର ଓ ବିଭିନ୍ନ ଜିଲ୍ଲାର ପେଟ୍ରୋଲ ଟାଙ୍କିରେ ତହସିଲଦାର ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ସୂଚନା ମାଧ୍ୟମରେ “ସରକାର ଙ୍କ ଚିଠି ସଂଖ୍ୟା ୧୩୪୪୪ ଅନୁଯାୟୀ ୦୧, ୦୮, ୨୦୨୫ ବୋତଲ କିମ୍ବା ଜାରକିନ ରେ ପେଟ୍ରୋଲ ଓ ଡିଜେଲ ଦିଆଯିବ ନାହିଁ” ଓ ଯଦି ଏହି ନିର୍ଦେଶ ର ବ୍ୟତିକ୍ରମ ହୁଏ , ସେଥିପାଇଁ କାର୍ଯ୍ୟାନୁଷ୍ଠାନ ହେଲେ ଫିଲିଙ୍ଗ ଷ୍ଟେସନ ମାଲିକ ଦାୟୀ ରହିବେ ବୋଲି” ବ୍ୟବସ୍ଥା ଓ ବ୍ୟାନର ଟାଙ୍ଗି ଦେଇ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତ ବ୍ରହ୍ମେଶ୍ୱର କିସାନ ସେବା କେନ୍ଦ୍ର , ବେରବୋଇ ପେଟ୍ରୋଲ ପମ୍ପ କର୍ମଚାରୀ , ପ୍ଲାଷ୍ଟିକ ବୋତଲ ଓ ଜାରକିନ ରେ ଖୁଲମଖୋଲା ବିକ୍ରି ଚାଲିଛି ଓ ସେପରି ଉଲଂଘନ ଯୋଗୁ ଏବେ ଦୁଇ ଦିନ ହେଲା ପେଟ୍ରୋଲ ପମ୍ପ ରେ ଆଉ ପେଟ୍ରୋଲ ମଧ୍ୟ ମିଳୁନି ଓ ସ୍ଥାନୀୟ ଲୋକେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି .
ଦେଖାଯାଉ ଖବର ପ୍ରସାରଣ ପରେ କି ପଦକ୍ଷେପ ନେଉଛନ୍ତି ସ୍ଥାନୀୟ ପ୍ରଶାସନ ଓ ତହସିଲଦାର .
