ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼

ହିନ୍ଦୁ ଶାସ୍ତ୍ର ଓ ପରମ୍ପରାରେ ବାର ମାସରେ ତେର ଯାତରା . ଆଜ କୁ 18 ଦିନ ହେଲାଣି ଆରମ୍ଭ ହୋଇଯାଛି ଗଞ୍ଜାମ ଘୁମୁସର ମାଟିର ଐତିହ୍ୟ ଭଂଜନଗର  ଠାକୁରାଣୀ ଯାତ୍ରା, ଏହି ଠାକୁରାଣୀ ଯାତ୍ରା ପାଇଁ ଦୁଲୁକୁଛି ପୁରା ଭଂଜନଗର,ବାଦ୍ୟ ବାଜଣା, ଢୋଲ ମହୁରୀ ହୁଳହୁଳୀରେ ପ୍ରକମ୍ପିତ ହେଉଛି ପୁରା ପରିବେଶ,ଏଥିପାଇଁ ପ୍ରସ୍ତୁତି ବି ଜୋରଦାର ଏବଂ ଶ୍ରଦ୍ଧାଳୁଙ୍କୁ ମା’ ଦେଉଛନ୍ତି ଦର୍ଶନ.

ଏ ହେଉଛି ବିଶ୍ବାସ ଓ ପରମ୍ପରାର କଥା ଏହାକୁ ଆଧାର କରି ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥାନ୍ତି ମା’ ଠାକୁରାଣୀଙ୍କୁ .

ମା’ ଠାକୁରାଣୀ ପରମ୍ପରା ଅନୁଯାୟୀ ନଗର ପରିଭ୍ରମଣ କରୁଥିବାବେଳେ ସାରା ସହର

ଭକ୍ତି ମୟ ପରିବେଶ ସହ ଉତ୍ସଵ ମୁଖର ହୋଇପଡ଼ିଛି ଭଞ୍ଜନଗର ସହର, ଏହି ଯାତ୍ରା ସ୍ଥାନିୟ ବିଧାୟକ ଙ୍କ ପ୍ରତ୍ୟୋକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଉଥିବା ବେଳେ ଏହି  ପରିପ୍ରେକ୍ଷିରେ ଆଜି ମାନ୍ୟବର ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ, ସୋରଡ଼ା ବିଧାୟକ ନୀଳମଣୀ ବିଷୋୟୀ ଓ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଥିବା ଦେଖିବାକୁ ମିଳିଥିଲା।

ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯକ୍ରମ ହେଉଥିବା ବେଳେ ଆଜି ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ଙ୍କ ଗୀତରେ ଝୁମିଥିଲେ ହଜାର ହଜାର ଦର୍ଶକ ପ୍ରବଳ ଜନସମୁଦ୍ର କୁ ଆଖି ଆଗରେ ରଖି ପୋଲିସ ପ୍ରସାଶନ ପକ୍ଷରୁ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *