ବିଦ୍ୟୁତ ଆଘାତ ରେ ଠିକା ଶ୍ରମିକ ମୃତ୍ୟୁ

ଗ୍ରୀଷ୍ମ ପ୍ରବାହ କୁ ନାହିଁ ଖାତିର – ଶ୍ରମିକ ନିୟମର ବେଖାତିର

ନିର୍ମାଣ ସ୍ଥଳରେ ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ । ସୁରକ୍ଷା ବ୍ୟବସ୍ଥାର ଅଭାବ ନେଲା ଏହି ମୂଲ୍ୟବାନ ଜୀବନ ? ଢେ଼ଙ୍କାନାଳ ଜିଲ୍ଲା ଭୁବନରୁ ଆସିଛି ଏହି ଦୁଃଖଦ ଖବର . ଯେଉଁଠି କାମ କରୁଥିବା ସମୟରେ ହଠାତ୍ ବିଦ୍ୟୁତ୍ ଆଘାତରେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଭୁବନ ବିଜ୍ଞାପିତ ଅଞ୍ଚଳର ୧୩ ନମ୍ବର ଓ୍ବାର୍ଡ କୃଷକ ସଭାଗୃହ ନିକଟରେ ଚାଲିଥିଲା ଓଭରହେଡ୍ ପାଣି ଟାଙ୍କିର ନିର୍ମାଣ କାମ। ଏଠାରେ ଦିନମଜୁରିଆ ଭାବେ କାମ କରୁଥିଲେ ବିହାରର କିଶନଗଞ୍ଜ ଜିଲ୍ଲାର ଦୁଇ ଭାଇ ଏମଡି ମଞ୍ଜର ଆଲମ ଓ ଏମଡି ଯୁନେଦ୍ ଆଲମ।ଆଜି ଦିନ ଦ୍ୱିପ୍ରହରରେ ସମସ୍ତେ ଭୋଜନରେ ବ୍ୟସ୍ତ ଥିଲେ । ସେହି ସମୟରେ ପାଣି ମୋଟର ଚାଲୁ କରିବାକୁ ଯାଇଥିଲେ ଯୁନେଦ୍ । କିନ୍ତୁ ସେଠାକୁ ଯିବା ହେଲା ଶେଷ ଯିବା । କିଛି ସମୟ ପରେ ସହକର୍ମୀମାନେ ଯେତେବେଳେ ଖୋଜିବାକୁ ଯାଇ ଦେଖିଲେ ମୋଟର ପାଖରେ ଅଚେତ ଅବସ୍ଥାରେ ପଡ଼ିଥିଲେ ଯୁନେଦ ।ତୁରନ୍ତ ତାଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ଭର୍ତ୍ତି କରାଇଥିଲେ ।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଏବେ ବଡ଼ ପ୍ରଶ୍ନ, ସୁରକ୍ଷା ବ୍ୟବସ୍ଥା କେଉଁଠି ଥିଲା ? ଓଡ଼ିଶା ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ତୀବ୍ର ଗ୍ରୀଷ୍ମ ପ୍ରବାହ ସମୟରେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମରେ ଲଗାଯିବ ନାହିଁ । ତଥାପି ଦ୍ୱିପ୍ରହରରେ କାମ ଚାଲିଥିବା ଅଭିଯୋଗ ଆସିଛି ।ଏହି ଅବହେଳା… ନେଲା ଜଣେ ଯୁବ ଶ୍ରମିକଙ୍କ ଜୀବନ .

Leave a Reply

Your email address will not be published. Required fields are marked *