ଗ୍ରାମ ସଭାରେ ଭାଇକୁ ଆକଟ କରିବାରୁ ଭାଇ ଙ୍କୁ ଜୋରିମାନା ସହ କଙ୍ଗାରୁ କୋଟ
ପରିବାର ଲୋକ ଏସପିଙ୍କ ଦ୍ୱାରସ୍ତ
ସୂଚନା ଅନୁଯାୟୀ, ନୟାଗଡ଼ଜିଲ୍ଲା ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ବେଳେ କାଙ୍ଗାରୁକୋଟ ପରି ଏକ ଘଟଣା ଶରଣକୁଳ ଥାନା ଅନ୍ତର୍ଗତ କଜଳାଇପଲ୍ଲୀ ସାନକୁଟୁଣୀ ଗାଁ ରେ ଦେଖିବାକୁ ମିଳିଛି, ଏତଲାକାରି ଅଞ୍ଜଳି ପଲେଇଓ ତାଙ୍କ , ସ୍ୱାମୀ -ମଦନ ପଲେଇ କହିବା ଅନୁଯାୟୀ ଗତ କିଛି ଦିନ ତଳେ ମଦନ ପଲେଇ ଙ୍କ ପରିବାର ର ତଥା ମଦନ ଙ୍କ ସାନ ଭାଇ ଗାଣ୍ଡୁ ପଲେଇ ଓ ମଦନଙ୍କ ବଡ଼ ଭାଇ ଖଲିଆ ପଲେଇଙ୍କୁ ପାରିବାରିକ ସମସ୍ୟା ନେଇ ମାଡ଼ ମାରିଥିଲେ, ଏ ଘଟଣା ଯାଇ ଗ୍ରାମ କମିଟି ରେ ପହଂଚି ଥିଲା,, ଗ୍ରାମ କମିଟି ତରଫରୁ ଗ୍ରାମ ସଭା କୁ ଗାଣ୍ଡୁ ପଲେଇ ଓ ଖଲିଆ ପଲେଇ ଙ୍କୁ ଡ଼ାକିବା ସହିତ ମଝିଆ ଭାଇ ମଦନ ଙ୍କୁ ଡକା ଯାଇଥିଲା, ଗ୍ରାମ ସଭାରେ ସଭାପତି ଙ୍କ ଉପସ୍ଥିତ ରେ କଥା ବିଚାର କରାଯାଇଥିଲା, ସମାଧାନ ଫଳ ରେ ଗାଣ୍ଡୁ ପଲେଇ ଭୁଲ ସ୍ୱୀକାର କରି କ୍ଷମା ମାଗିଥିଲେ,ସେଇ ସମୟ ରେ ସଭା ରେ ଗାଣ୍ଡୁ ଙ୍କମଝିଆ ଭାଇ ମଦନ ଉପସ୍ଥିତ ଥିଲେ, ଭାଇ ବୋଲି ମଦନ ଗାଣ୍ଡୁ ଙ୍କୁ କାହା ପରାମର୍ଶ ରେ ତୁ ବଡ଼ ଭାଇଙ୍କ ଉପରକୁ ହାତ ଉଠାଇଲୁ ବୋଲି ପଚାରି ଥିଲେ, ଏଇଠୁ ଆରମ୍ଭ ହୋଇଥିଲା ଗ୍ରାମ ସଭାପତି ଙ୍କ ହିଟଲର ଶାସନ, ତାଙ୍କ ସହିତ ହାତମିଳାଇ ଗ୍ରାମ ର ଛବି ଦଳେଇ,, ମଙ୍ଗୁଳି ପ୍ରଧାନ, ମଦନଙ୍କୁ ଧମକ ଦେଇ କହିଥିଲେ ତୁ କିଏ ସଭାରେ ପଚାରିବାକୁ ଏହି ସମୟ ରେ ଗ୍ରାମ ସଭାରେ ମଦନ ଙ୍କୁ ମାଡ଼ ମାରିବା ସହିତ ବାନ୍ଧିବା ନିଷ୍ପତି ନେଇ ଶୁର ସ୍ୱାଇଁ, ଶ୍ୟାମ ପଲେଇ ଙ୍କ ନିର୍ଦେଶ ତଥା ସଭାପତି ଙ୍କ ନିର୍ଦେଶ ରେ ହଜାରୀ ପ୍ରଧାନ, ଗୋ ଲେଖ ସାହୁ, ଅନାମ ସାହୁ, ବିଜୟ କୁମାର ସ୍ୱାଇଁ ମେଳି ହୋଇ ମଦନ ଙ୍କୁ ମାଡ଼ ମାରିବା ସହିତ ସଭାରେ ବାନ୍ଧି ଥିଲେ,ଏତିକରେ କାହାଣୀ ସରି ନଥିଲା, ମାଡ଼ ମାରିବା ପରେ ମଦନ ସରଳ ଲୋକ ହୋଇଥିବାରୁ ନିର୍ଯ୍ୟାତନା ଆରମ୍ଭ କରି ତାଙ୍କ ଠାରୁ ଜୋର ଜବରଦସ୍ତ ଟିପ ଚିହ୍ନ ନେଇ 20ହଜାର ଟଙ୍କା ଗ୍ରାମ ସଭାପତି,ତଥା ଉପରୋକ୍ତ ବ୍ୟକ୍ତି ମାନେ ମଦନ ଙ୍କୁ ଜୋରିମାନା କରିଥିଲେ,ଏହା ଶୁଣି ମଦନ ଟଙ୍କା ନ ଦେବା ପାଇଁ ପ୍ରତିବାଦ କରିଥିଲେ, ପ୍ରତିବାଦ କରିବାରୁ ଗ୍ରାମ ସଭାପତି ତଥା ଉପରୋକ୍ତ ବ୍ୟକ୍ତି ମାନେ ମଦନ ଙ୍କ ପରିବାରକୁ ନିଆଁ ପାଣି ବାସନ୍ଧ କରି ଏକ ଘରିକିଆ କରିଥିଲେ, ଏପରିକି ଜଣେ ଗ୍ରାମ ର ପ୍ରଭାବ ଶାଳୀ ବ୍ୟକ୍ତି ଯାହାଙ୍କ ନାମ ଟୁଲୁ ମଦନ ଙ୍କ 10ବର୍ଷ ର ଝିଅ ପଢୁ ଥିବା ସ୍କୁଲ ରେ ପହଁଚି, ତାଙ୍କ ଝିଅକୁ ସ୍କୁଲ ରେ ଏକା ବସିବା ପାଇଁ କହିଥିଲେ ନଚେତ ସ୍କୁଲ ଆସିବା ପାଇଁ ବାରଣ କରିଥିଲେ, ଏହି କଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ନିକଟ ରେ ପହଁଚି ଥିଲେ ମଧ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗ୍ରାମ କମିଟି ସହିତ ଏକ ମତ ହୋଇ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ, କିନ୍ତୁ ପରବର୍ତୀ ସମୟ ରେ ଏହା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିକଟରେ ପରିବାର ପକ୍ଷରୁ ଖବର ପହଂଚିଛି, କିନ୍ତୁ ଏପଟେ ଏ ଘଟଣା ସମାଧାନ ପାଇଁ ଭଦ୍ରଲୋକ ଙ୍କ ନିକଟ ରେ ପହଂଚି ଥିଲେ ମଧ୍ୟ ତାହା ଗ୍ରାମ କମିଟିଅମାନ୍ୟ ଯୋଗୁ ସମାଧାନହୋଇ ପାରି ନାହିଁ, ଫଳରେ ଗ୍ରାମ କମିଟି ସଭାପତି, କେତେକ ବ୍ୟକ୍ତିମଦନ ଙ୍କ ପରିବାର ପ୍ରତି ଅନ୍ୟାୟ କରି ଆସୁ ଥିବା ହେତୁ ମଦନ ଶରଣ କୁଳ ଥାନା ରେ ପହଁଚି ଥିଲେ ମଧ୍ୟ ଶରଣକୁଳ ପୋଲିସ ଗ୍ରାମ କମିଟି ର ସଭାପତି, ଓ ଗ୍ରାମ ର କିଛି ବ୍ୟକ୍ତି ଙ୍କ ନାମରେ ଏକ ମାମଲା ରୁଜୁ କରି ହାତ ବାନ୍ଧି ବସି ମଦନ ଓ ତାଙ୍କ ପରିବାର କୁ ଙ୍କୁ ନ୍ୟାୟ ନ ଦେଇ ଅନନ୍ତ ଶୟନ ରେ ଥିବା ବେଳେ ଏସ୍ପି ଙ୍କ ଦ୍ୱାରସ୍ତ ହୋଇଛନ୍ତି ମଦନଓ ତାଙ୍କ ପରିବାର, ଏ ଘଟଣା କୁ ତୁରନ୍ତ ତଦନ୍ତ କରିମଦନ ନ୍ୟାୟନିମନ୍ତେ ଦାବି କରିଥିବା ବେଳେ, ଏପରି କୁ ଚକ୍ରୀ ବ୍ୟକ୍ତି ଙ୍କ ଉପରେ କେବେ ଶରଣ କୁଳ ପୋଲିସ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରି ମଦନ ଙ୍କୁ ନ୍ୟାୟ ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା,
