ସରକାରଙ୍କ ଅବହେଳପାଇଁ ହନ୍ତସନ୍ତ ଗ୍ରାମବାସି

ନଦୀ ବାଲିର ଚୁଆ ପାଣିରେ ଶୋଷ ମେଣ୍ଟୁଛି : ୨୫୦ ପରିବାରର

ଦଶମନ୍ତପୁର ବ୍ଲକ ମୁଞ୍ଜାଗ ପଞ୍ଚାୟତର ବିଳାପୁଟ ଗାଁରେ ଜଳ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁଦ୍ଧ ପିଇବା ପାଣିର ଅଭାବରେ ପ୍ରାୟ ୨୫୦ ପରିବାର ବହୁଦୂରରେ ଥିବା ନଦୀ ବାଲିର ଚୁଆ ପାଣିରେ ଜୀବନ ଜୀବିକା ନିର୍ବାହ କରୁଛନ୍ତି । ଅଧିକାରୀଙ୍କୁ ଅଭିଯୋଗ ସତ୍ତ୍ୱେ ମିଳୁନାହିଁ ସମାଧାନ।

ଗାଁରେ ଥିବା ତିନି ନଳକୂପ ମାସ ମାସ ଧରି ଖରାପ ଅବସ୍ଥାରେ ପଡ଼ି ରହିଛି। ପାଣି ପାଇଁ ଲୋକେ ଅସହାୟରେ ବାଧ୍ୟ ହୋଇ, ଗ୍ରାମବାସୀ ଟଙ୍କା ଉଠାଇ କରେଣ୍ଟ ମୋଟର ଲଗାଇ ଗୋଟିଏ ନଳକୂପରୁ ପାଣି ନେଉଛନ୍ତି। କିନ୍ତୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଅନିୟମିତ ଥିବାରୁ ଦିନ ଦିନ ଧରି ପାଣି ମିଳୁନାହିଁ ।

ଏହି ପରିସ୍ଥିତିରେ ଗ୍ରାମବାସୀଙ୍କ ପାଇଁ ନଦୀର ବାଲି ଚୁଆ ପାଣି ହିଁ ଏକମାତ୍ର ସାହାରା ସାଜିଛି । କିନ୍ତୁ ସେହି ପାଣି ମଧ୍ୟ ସୁରକ୍ଷିତ ନୁହେଁ । ସ୍ଥାନୀୟ ନାଲକୋ ରେଡମଣ୍ଡ ପଣ୍ଡ ଅଞ୍ଚଳର ଦୂଷିତ  ପାଣି ନଦୀରେ ମିଶିବାରୁ ମାଛ ମରୁଥିବା ସହ ଗୋରୁ ଗାଈ ଓ ଅନ୍ୟ ପଶୁମାନେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଏପରିକି ଏହି ପାଣିରେ ବସ୍ତ୍ର ଧୋଇଲେ ରଙ୍ଗ ପରିବର୍ତ୍ତନ ହେଉଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ମହିଳାମାନଙ୍କ ପାଇଁ ଦୂର ନଦୀକୁ ଯିବା ବହୁତ କଷ୍ଟସାଧ୍ୟ ହେଉଛି ।ଜଙ୍ଗଲ ରାସ୍ତାଦେଇ ସବୁଦିନ ପାଣି ମୁନ୍ଦାଏ ପିଇବାପାଇଁ ମହିଳା ମାନଙ୍କ ଆଖିରେ ଲୁହ ଆଣିଦେଉଛି | ତାଉପରେ ଦିନରେ ଚୋରିର ଭୟ ଓ ରାତିରେ ସୁରକ୍ଷାର ଅଭାବ ,ଏହି ସମସ୍ୟାକୁ ଆହୁରି ଗମ୍ଭୀର କରିଛି। ସମାଧାନ ଆଶାରେ ଅଞ୍ଚଳବାସୀ |

ଲକ୍ଷ୍ମୀପୁର ବିଧାୟକ କହିଛନ୍ତି, ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ଏବଂ ଶୀଘ୍ର ସମସ୍ତ ଗାଁକୁ ସୁଦ୍ଧ ପାଣି ଯୋଗାଣ ପାଇଁ ପଦକ୍ଷେପ ନିଆଯିବ। ଆଉ ଯଦି ସେପରି ନହୁଏ ତେବେ ଆଗାମୀ ଦିନରେ ଆମେ ରାଜରାସ୍ତାକୁ ଓଲେହିବୁ | ତେବେ ପ୍ରଶ୍ନ ହେଉଛି କେବେ ବିଳାପୁଟ ଗ୍ରାମବାସୀଙ୍କୁ ମିଳିବ ସୁଦ୍ଧ ପିଇବା ପାଣି? ଏବେ ସମସ୍ତଙ୍କ ନଜର ପ୍ରଶାସନର ପଦକ୍ଷେପ ଉପରେ।

Leave a Reply

Your email address will not be published. Required fields are marked *