ଭାଇ ଭାଇ ବିବାଦରୁ ମୃତ ମାଆ ର ଶବକୁ କାନ୍ଧ ଦେଲେନି ଜନ୍ମିତ ପୁଅ

 ଦଶ ଘଣ୍ଟା ପରେ ପୋଲିସ ପହଞ୍ଚି କଲା ଶବ ସତ୍କାର

ବାଲେଶ୍ୱର ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ଲୋକନାଥପୁର ଗ୍ରାମର ସ୍ବର୍ଗତ ବଂଶୀଧର ଦାସଙ୍କ ପତ୍ନୀ ତୁଳସୀ ଦାସ (୮୦) ଙ୍କ ତିନିଜଣ ପୁଅ  ଅଛନ୍ତି। ପୂର୍ବରୁ ବଡ଼ ପୁଅ ନିଖୋଜ ଥିବା ବେଳେ ମଧ୍ୟମ ପୁଅ ନିକଟରେ ବାପା ବଂଶୀଧରଙ୍କ ମୃତ୍ୟୁ ଘଟିଥିଲା। ପରେ ତୁଳସୀ ସାନପୁଅ ରାକେଶ ଦାସଙ୍କ ନିକଟରେ ରହିଥିଲେ। ଗତ କାଲି ସକାଳ ୧୦.୨୫ ମିନିଟ ସମୟରେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ହୋଇ ୮୦ବର୍ଷ ବୟସରେ ତୁଳସୀଙ୍କ ମୃତ୍ୟୁ ହୋଇଥିଲା।

ତେବେ ମା ର ମୃତ୍ୟୁ ପରେ ଶବଦାହ କୁ ନେଇ ଭାଇ ଭାଇ ମଧ୍ୟରେ ବାଦ୍ ବିବାଦ ତେଜିଥିଲା। ଭାଇ ଭାଇ ବିବାଦ କୁ ନେଇ ଗ୍ରାମର ଲୋକ ମଧ୍ୟ ରାକେଶ କୁ ଶବ ଉଠାଇବା ପାଇଁ ସାହାଯ୍ୟ କରିନଥିଲେ। ଫଳରେ ଦିନ ୧୦.୨୫ ରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଶବ ଉଠି ପାରିନଥିଲା। ଖବର ପାଇ ବସ୍ତା ପୋଲିସ ପକ୍ଷରୁ  ଅମର୍ଦାରୋଡ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ୍ ଓ ତାଙ୍କର ଟିମ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରି ସମସ୍ୟାର ସମାଧାନ କରିବାକୁ ଚାହିଁ ଥିଲେ ବି ସମସ୍ୟାର ସମାଧାନ ହୋଇ ପାରିନଥିଲା। ଶେଷରେ ପୋଲିସ ଓ କିଛି ସାମ୍ବାଦିକ ମିଶି ଶବକୁ କାନ୍ଧ ଦେଇ ଘର ନିକଟରୁ ଦୀର୍ଘ ଦୁଇକିମି ଦୂରରେ ଥିବା ସୁବର୍ଣ୍ଣ ରେଖା ନଦୀର ଓଡ଼ିଆପଡ଼ା ବାଲି ଘାଟକୁ ନେଇ ଶବ ସତ୍କାର କରିଥିଲେ।

Leave a Reply

Your email address will not be published. Required fields are marked *