ଭୟାବହ ଅଗ୍ନିକାଣ୍ଡରେ ;୧୦ କୋଟି ରୁ ଉର୍ଦ୍ଧ ସମ୍ପତି ଜଳିପୋଡି ଛାରଖାର

  ଯାଜପୁର ଓ ଭଣ୍ଡାରିପୋଖରୀ କୁ ସଂଯୋଗ କରୁଥିବା ବୈତରଣୀ ନଦୀ ବଲ୍ଲଭିଘାଟ ସେତୁ ବ୍ରିଜ ନିକଟରେ ଥିବା ଯାଜପୁରର ଅଜୟ ମ୍ୟୁଜିକାଲ ବ୍ୟାଣ୍ଡ ପାର୍ଟି ଗ୍ରୁପର ଗୋଦାମ ଗୃହରେ ଭୟାବହ  ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରେ ସହ ସହ ଲୋକ ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ .

ଯାଜପୁର ର ସୁ ପ୍ରତିଷ୍ଠିତ ମ୍ୟୁଜିକାଲ ପାର୍ଟି  ଅଜୟ ମ୍ୟୁଜିକାଲ ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ ଘଟିଛି , ନିକଟରେ ଥିବା  କିଛି ଲୋକଙ୍କ କହିବା ମୁତାବକ ଆମେ ସୋଇଥିଲୁ ପାଖାପାଖି ୯: ୫୦ ସମୟ  ରେ ହଠାତ ଏକ ଆବାଜ ହୋଇଥିଲା ହଠାତ ଉଠି ଆସି ଦେଖିଲା ବେଳକୁ ହୁତୁ ହୁତୁ ହୋଇ ଜଳୁଛି ସେଠାରେ ଆମେ କିଛି ତଥ୍ୟ ପଚାରି ବୁଝିଥିଲୁ  ତାଙ୍କର କର୍ମଚାରୀ କହିବା ମୁତାବକ ଏ ଅଗ୍ନିକାଣ୍ଡ ଅନ୍ୟ କିଏ ଘଟାଇଛି ଯଦି ସର୍ଟ  ସର୍କିଟ ହୋଇଥାନ୍ତା ତାହେଲେ ଏତେ ଶୀଘ୍ର ଜଳି ନଥାନ୍ତା ,  କର୍ମଚାରୀ ମଧ୍ୟ ଅଭିଯୋଗ କରିଛନ୍ତି  ଅଗ୍ନୀଶ୍ରମ କୁ ଯେତେବେଳେ ଫୋନ କରାଯାଇଥିଲା ଯଦି ସଠିକ ସମୟ ରେ ଆସିକି ପହଂଚି ଥାନ୍ତା ତାହେଲେ ନିଆକୁ ଆୟତ କରିପାରିଥାନ୍ତେ  ଦୀର୍ଘ ୧ ଘଣ୍ଟା ପରେ  ଘଟଣା ସ୍ଥଲରେ    ଯାଜପୁର ର   ୩  ଅଗ୍ନିଶ୍ରମ ବାହିନୀ ପହଂଚି ନିଆଁକୁ ଆୟତ କରିପାରିନଥିଲେ  ସେହି ସମୟ. ମଧ୍ୟରେ   କୋଟି କୋଟି ଟଙ୍କାର  ସମସ୍ତ  ଜିନିଷ ପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା ,ଏବଂ ପରେ ଆଉ ଏକ ତ୍ୟାଙ୍କର ଆସି ଆୟତ କୁ ଆଣିଥିଲେ  ଘଟଣା ସ୍ଥଳରେ ଯାଜପୁର ପୋଲିସ ପହଂଚି ସ୍ଥିତିର ଅନୁଧ୍ୟାନ ଏବ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝୁଥିଲେ  ଏହାର ତଦନ୍ତ କରୁଛି ଏବଂ ନିକଟସ୍ତ ଥାନା ଭଣ୍ଡାରିପୋଖରୀ ଆଇ ଆଇସୀଙ୍କ ସହଯୋଗ ଲୋଡିଛନ୍ତି , ,କେମିତି ଲାଗିଲା ନିଆଁ ?

 ଏତେ କମ ସମୟ ମଧ୍ୟରେ ଏତେ ଶୀଘ୍ର ସବୁ ଜଳିଗଲା କେମିତି ?

କିଏ ଲଗାଇଛି ନା ସର୍ଟ ସର୍କିଟ ଫଳରେ ଏମିତି ଘଟିଛି।

ଯାଜପୁର ପୋଲିସ ଏବଂ  ଭଣ୍ଡାରିପୋଖରୀ ପୋଲିସ  ଘଟଣା ସ୍ଥଳରେ ପହଁଚି ଛାନଭିନ ଚଳାଇଛନ୍ତି  ?

Leave a Reply

Your email address will not be published. Required fields are marked *