ମଦଦୋକାନ ବନ୍ଦ ପାଇଁ ଧାରଣା ଦେଲେ ଗ୍ରାମବାସୀ
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ମୁଖ୍ୟ ରାସ୍ତା ପାର୍ଶ୍ଵ ରେ ଥିବା ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ କରିବାପାଇଁ ସ୍ୱର ଉଠାଇଲେ ମହିଳା, ଦୀର୍ଘ ଦିନହେବ ମଦ ଦୋକାନ ଦୁଇଟି ଏଠାରେ ଖୋଲା ରହୁଥିବାରୁ ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି ହେବାସହ ଏହା ଅପରାଧୀ ଙ୍କ ଆଡାସ୍ଥଳୀ ପାଲଟିଯାଇଛି, ଏବଂ ମଦୁଆଙ୍କ ଉନ୍ମୁକ୍ତ କାଣ୍ଡ ଯୋଗୁଁ ଛାତ୍ରୀ ମାନେ ପାଠ ପଢି ଯିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି, ଅନ୍ୟପଟେ ଛାତ୍ର ଏବଂ ଯୁବଗୋଷ୍ଟି ମଦ ପିଇ ପଥଭ୍ରଷ୍ଟ ହୋଇଗଲେଣି ଯାହାଫଳରେ ଗ୍ରାମରେ ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟିହେଉଛି, ତେଣୁ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ଏବଂ ମଦୁଆଙ୍କୁ ସାବଡ କରିବାପାଇଁ ମହିଳା ମାନେ ଏକଜୁଟ ହୋଇ ମଦ ଦୋକାନ ଆଗରେ ହୋହାଲ୍ଲା କରିବାସହ ମଦ ଦୋକାନ ବନ୍ଦ କରିବାକୁ ଅଡିବସିଥିଲେ, ଖବର ପାଇ ଭଞ୍ଜନଗର ଉପଖଣ୍ଡ ଅବକାରୀ ଅଧିକାରୀ ଜ୍ୟୋତିରଞ୍ଜନ ସେନାପତି ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ମଦ ଦୋକାନରେ ତାଲା ପକାଇଥିଲେ, ଆଗାମୀଦିନରେ ଯଦି ମଦଦୋକାନ ଖୋଲାହୁଏ ତେବେ ମଦଦୋକାନ ଭାଙ୍ଗିବା ସହ ନିଆଁ ଲଗାଇଦେବେବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି .
