ଅନଲାଇନ୍ ଫାର୍ମାସୀକୁ ବିରୋଧ: ଆଜି ଓଡ଼ିଶାର ପ୍ରାୟ ୩୦ ହଜାର ଔଷଧ ଦୋକାନ ବନ୍ଦ

ବାଲିଗୁଡା ବି ବାଦ ପଡ଼ିନାହିଁ ଏଥିରେ

ରାଜ୍ୟର ପ୍ରାୟ ୩୦,୦୦୦ ରୁ ଅଧିକ ଖୁଚୁରା ଓ ଜେନେରାଲ୍ ଔଷଧ ଦୋକାନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସଙ୍ଘର ଅଭିଯୋଗ ଅନୁଯାୟୀ, ଇ-ଫାର୍ମାସୀ ଏବଂ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ କୋଭିଡ୍ ସମୟର ସ୍ୱଳ୍ପକାଳୀନ ନିୟମର ସୁଯୋଗ ନେଇ ବିନା କୌଣସି କଡ଼ା ଯାଞ୍ଚରେ ଔଷଧ ବିକ୍ରି କରୁଛନ୍ତି। ଏହାଦ୍ୱାରା ପାରମ୍ପରିକ ଔଷଧ ବ୍ୟବସାୟୀ ଓ ସେମାନଙ୍କ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ପରିବାରର ଜୀବିକା ବିପନ୍ନ ହେବା ସହ ନକଲି ପ୍ରେସକ୍ରିପସନ୍ ଏବଂ ଆଣ୍ଟିବାୟୋଟିକର ଅପବ୍ୟବହାର ବଢ଼ିବାର ଆଶଙ୍କା ଦେଖାଦେଇଛି।

“ଔଷଧ କେବଳ କୌଣସି ସାଧାରଣ ଡେଲିଭରି ସାମଗ୍ରୀ ନୁହେଁ, ଏହା ସ୍ୱାସ୍ଥ୍ୟ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଅନଲାଇନ୍ କମ୍ପାନୀଗୁଡ଼ିକର ଅସାଧୁ ପ୍ରତିଯୋଗିତା ଯୋଗୁଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଛୋଟ ଛୋଟ ଦୋକାନୀମାନେ ବନ୍ଦ ହେବା ସ୍ଥିତିକୁ ଚାଲିଆସିଲେଣି।

Leave a Reply

Your email address will not be published. Required fields are marked *