୪ କିମି ଭାର ରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ

ଗାଁ କୁ ଯାଇ ପାରିଲା ନି ଆମ୍ବୁଲାନ୍ସ ଗାଡି

 ଗାଁ କୁ ଆସି ପାରିଲା ନାହିଁ ଆମ୍ବୁଲାନ୍ସ ଗାଡି। ଗାଁ ଠାରୁ ୪ କିମି ଦୂର ଭାର ରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ। ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଧିନସ୍ଥ ପଦୁ ଗୁଡ଼ା ଗାଁ ରେ। ସେହି  ରୋଗୀ ଜଣକ ହେଲେ  ଚଣ୍ଡାଳ ଗରଡା (୩୫) ସୂଚନା ଅନୁସାରେ ଆଜି ଅପରାହ୍ନରେ ଏକ ବଳଦ ର ଗୋଡ଼ ରେ ଘା ହୋଇ ଥିଲା। ଏହି ବଳଦ କୁ ଧରିବା ଲାଗି, ଚେଷ୍ଟା କଲା ବେଳେ ହଠାତ୍ ଗଡ଼ ଖସି  ପଥର ରେ ପଡି ଯାଇ ଥିଲେ। ଯାହା ଫଳରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରିବା ‌ଲାଗି ୧୦୮ ଆମ୍ବୁଲାନ୍ସ ଗାଡି କୁ  ଯୋଗାଯୋଗ କରିଥିଲେ। ହେଲେ ଗାଁ କୁ ରାସ୍ତା ସୁବିଧା ନ ଥିବା ରୁ ଗାଁ ଠାରୁ ୪ କିମି ଦୂର ଲୁଲା ଗାଁ ଛକ ପର୍ଯ୍ୟନ୍ତ, ସମ୍ପର୍କୀୟ ଲୋକ ଙ୍କ ସହଯୋଗ ନେଇ ଖଟିଆ ଭାର ରେ ବହି ନେଇ ଥିଲେ। ସେହି ଠାରୁ ପୁଣି ଆମ୍ବୁଲାନ୍ସ ଗାଡି ଯୋଗେ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଭର୍ତ୍ତି କରି ଥିବା ଦେଖିବାକୁ ମିଳିଛି। ବର୍ତମାନ ଦଶମନ୍ତପୁର ଡାକ୍ତରଖାନା ରେ ରୋଗୀ ଭର୍ତ୍ତି ହୋଇ  ଚିକିତ୍ସା ହେଉଥିବା ଜଣାପଡିଛି। ସୂଚନା ଅନୁସାରେ, ଏଭଳି ଖରାର ପଦୁ ଗୁଡ଼ା ପାଇଁ ନୂଆଁ ନୁହେଁ। ଏଭଳି ବାରମ୍ବାର ରୋଗୀ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ଙ୍କୁ ଭାର ବହି ଡାକ୍ତରଖାନା ନେବାକୁ ପଡୁଛି। କିନ୍ତୁ ଏହି ଗାଁ ଲୋକ ଙ୍କ ଭାଗ୍ୟ ରେ ପକା ରାସ୍ତା ଟିଏ ମିଳୁନାହିଁ। ଦେଶ ସ୍ଵାଧୀନତା ର ଦଶନ୍ଧି ଦଶନ୍ଧି ବିତି ଗଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଜନପ୍ରତିନିଧି ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ। ସମସ୍ତଙ୍କୁ ଗୁହାରି କରା ଯାଉଛି। କେବଳ ସେତିକି ନୁହେଁ, ସରକାର ଙ୍କ ନିୟମ ଅନୁସାରେ ପଲ୍ଲୀ ସଭା ଓ ଗ୍ରାମ ସଭା ରେ ରାସ୍ତା ପାଇଁ ପ୍ରସ୍ତାବ ଆଗତ ହେଉଛି। ହେଲେ ପ୍ରଶାସନ ର ଆନ୍ତରିକତା ଅଭାବ ଯୋଗୁଁ ପକା ରାସ୍ତା ପଦୁ ଗୁଡ଼ା ପାଇଁ ସ୍ବପ୍ନ ପାଲଟି ଯାଇଛି ବୋଲି ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ସରକାର ବଦଳୁଛି, ପ୍ରଶାସନ ମଧ୍ୟ ବଦଳୁଛି। କିନ୍ତୁ  ପଦୁ ଗୁଡ଼ା ଗାଁ ର ରାସ୍ତା ବଦଳୁ ନାହିଁ। ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ପିଚୁ ରାସ୍ତା ଯୋଗାଇ ଦେବାକୁ ଗ୍ରାମ ବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *