ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂକମ୍ପ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ। ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଆଜି ସକାଳ ସମୟରେ ୨୦ ଜଣଙ୍କ ମୃତ୍ୟୁ ଖବର ମିଳିଥିଲା । ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୁଲମରୁ ୨୨ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ୨୮ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା । USGS ଅନୁଯାୟୀ, ସୋମବାର ସମୟ ୧୨.୫୯ ମିନିଟରେ ଭୂମିକମ୍ପ ହୋଇଥିଲା । ଅଧିକାଂଶ ଲୋକ ଶୋଇଥିବା ସମୟରେ ହଠାତ୍ ଭୂମିକମ୍ପ ହୋଇଥିଲା, ଯାହାଫଳରେ ସେମାନେ ହଠାତ୍ ଭୟଭୀତ ହୋଇଯାଇଥିଲେ । ତା ସହ ଘର ବାହାରୁକୁ ମଧ୍ୟ ଆସିଯାଇଥିଲେ ।ସୂଚନାଯୋଗ୍ୟ ୨୨ ଅକ୍ଟୋବରରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଭୂମିକମ୍ପ ହୋଇଥିଲା । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ୫.୧ ତୀବ୍ରତାର ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *