ଫୋକସ ପ୍ଲସ (କଳାହାଣ୍ଡି): କରୋନା ସଂକ୍ରମଣ ପରେ ରୁପ୍ରାରୋଡ ଓ ନର୍ଲାରୋଡରେ ଟ୍ରେନ ଚଳାଚଳ ବନ୍ଦ ରହିଥିବା ଓ କରୋନା କଟକଣା କୋହୋଲ ହେବା ପରେ ପେସେଞ୍ଜର ଟ୍ରେନ ବ୍ୟତୀତ ସମସ୍ତ ଏକ୍ସପ୍ରେସ ଓ ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ ମାନଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ରୁ ଅଞ୍ଚଳର ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ।ରୁପ୍ରାରୋଡ ଓ ନର୍ଲାରୋଡ ରେଳ ସୁରକ୍ଷା ସମିତି ର ସଦସ୍ୟ ମାନେ ଅନେକ ଥର ରେଳ ବିଭାଗ କୁ ଦାବିପତ୍ର ଦେଇ କେନ୍ଦ୍ର ରେଳ ବିଭାଗ ର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନ ଥିଲା | ଶେଷରେ ସର୍ବ ସମ୍ମତି କ୍ରମେ ରୁପ୍ରାରୋଡ ରେଳ ଷ୍ଟେସନରେ ଏକ ବିଶାଳ ରେଳ ରୋକ୍ ଆନ୍ଦୋଳନ ର ନିଷ୍ପତି ନିଆ ଯାଇଥିଲା | ଓ ଏହାର ଦାୟିତ୍ଵ ନେଇଥିଲେ ନର୍ଲା ବ୍ଲକ ଉପାଧ୍ୟକ୍ଷ ତଥା ରେଳ ସୁରକ୍ଷା ସମିତି ର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି | ଶ୍ରୀ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଏହାର ପ୍ରତିବାଦ ଜଣେଇ ଏପ୍ରିଲ ୧୦ ତାରିଖ ରବିବାର ଦିନ ରେଳ ରୋକ୍ ଆନ୍ଦୋଳନ ର ଡକରା ଦିଆଯାଇଥିଲା | ସ୍ଥାନୀୟ ଲୋକଙ୍କ ମଧ୍ୟ ଭରପୁର ସମର୍ଥନ ମିଳିଥିଲା |
ସକାଳ ସମୟରୁ ଆଖ ପାଖ ର ଶତାଧିକ ଗ୍ରାମର ହଜାର ହଜାର ଆନ୍ଦୋଳନକାରୀ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ରୁଣ୍ଡ ହେଇଥିଲେ |ସକାଳ ୯ ଘଣ୍ଟା ସମୟରେ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ ଆନ୍ଦୋଳନକାରୀ ରୁପ୍ରାରୋଡ ରେଳଷ୍ଟେସନରେ ରେଳ ରୋକ ପାଇଁ ହେଇଥିବା ଆନ୍ଦୋଳନ ରେ ସାମିଲ ହେଇ ଆନ୍ଦୋଳନ କୁ ସଫଳ କରିବାରେ ସହାୟକ ହେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଆନ୍ଦୋଳନ ପରେ ରେଳ ବିଭାଗ ପକ୍ଷରୁ ୧୫ ଦିନ ଭିତରେ ଲିଙ୍କ ଏକ୍ସପ୍ରେସ ଓ ସମଲେଶ୍ଵରୀ ଏକ୍ସପ୍ରେସ କୁ ପୁନର୍ବାର ନିର୍ଦ୍ଧାରିତ ସମୟରେ ଚଳାଚଳ ହେବ ବୋଲି ସୂଚନା ଦେଇଥିଲେ | କିନ୍ତୁ ଗତ କିଛି ଦିନ ହେଲା ଲୋକଙ୍କୁ ଆଉ ଅନଲାଇନ ସୁବିଧା ମିଳି ପାରୁ ନାହିଁ |ନଭେମ୍ବର ୧୫ ତାରିଖ ପରେ ଲିଙ୍କ ଏକ୍ସପ୍ରେସ ଓ ସମଲେଶ୍ଵରୀ ଏକ୍ସପ୍ରେସ ର ଅନଲାଇନ ରିଜରବେସନ୍ ବର୍ତ୍ତମାନ ଆଉ ଲୋକେ କରି ପାରୁନାହାନ୍ତି |ଲିଙ୍କ ଏକ୍ସପ୍ରେସ ଓ ସମଲେଶ୍ଵରୀ ଏକ୍ସପ୍ରେସ ର ଅନଲାଇନ ରିଜରବେସନ୍ କଣ ପାଇଁ ନଭେମ୍ବର ୧୫ ରୁ ବନ୍ଦ୍ କରି ଦିଆଯାଇଛି ଏ ନେଇ ଚିନ୍ତା ପ୍ରକଟ କରୁଛନ୍ତି ସ୍ଥାନୀୟ ଲୋକେ | ଉଭୟ ଟ୍ରେନ ର ଅନଲାଇନ ସୁବିଧା ବୁକିଂ ସାଇଟ୍ ରୁ ହଟେଇ ଦିଆ ଯାଇଥିବା ନେଇ ଘୋର ଅସନ୍ତୋଷ ପ୍ରକାଶ କରୁଛନ୍ତି ଲୋକେ | ଲିଙ୍କ ଏକ୍ସପ୍ରେସ ଓ ସମଲେଶ୍ଵରୀ ଏକ୍ସପ୍ରେସ କୁ ପୁନର୍ବାର ବନ୍ଦ୍ କରିବା ପାଇଁ ରେଳ ବିଭାଗ ର ନୂଆ ଚକ୍ରାନ୍ତ ହେଇ ଥାଇ ପାରେ ବୋଲି ଏଠି ବୁଦ୍ଧିଜୀବୀ ମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି |
କଣ ପାଇଁ ନଭେମ୍ବର ୧୫ ତାରିଖରୁ ଲିଙ୍କ ଏକ୍ସପ୍ରେସ ଓ ସମଲେଶ୍ଵରୀ ଏକ୍ସପ୍ରେସ ରିଜରବେସନ୍ ସୁବିଧା ବନ୍ଦ କରାଯାଇଛି ଏ ନେଇ ଶତାଧିକ ରେଳ ସୁରକ୍ଷା ସମିତି ର ସଦସ୍ୟ ମାନେ ରେଳ ବିଭାଗ କୁ ପ୍ରଶ୍ନ କରିଥିଲେ ଏବଂ ଲିଖିତ ଭାବରେ ଏହାର ଉତ୍ତର ରେଳ ବିଭାଗ କୁ ମାଗିଥିଲେ ତତ୍ ସଙ୍ଗେ ସଙ୍ଗେ ଯାତାୟାତ ପାଇଁ ରୁପ୍ରାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରୁଥିବା ଆଖପାଖ ର ୧୨ ଟି ଗାଁ ଲୋକଙ୍କ ପାଇଁ ପୁନର୍ବାର ଲିଙ୍କ ଏକ୍ସପ୍ରେସ ଓ ସମଲେଶ୍ଵରୀ ଏକ୍ସପ୍ରେସ ର ଅନଲାଇନ ରିଜରବେସନ୍ ସୁବିଧା ଆରମ୍ଭ କରାଯିବା ସହ ଧନବାଦ ଅଲ୍ଲେପି ଓ ତିରୁପତି ବିଲାସପୁର ଏକ୍ସପ୍ରେସ କୁ ପୁର୍ନବାର ରୁପ୍ରାରୋଡରେ ପୂର୍ବ ପରି ରହଣି ଦାବି ନେଇ ରେଳ ସୁରକ୍ଷା ସମିତି ର ସଭାପତି ଦୁର୍ଗାପ୍ରସାଦ ମହାନ୍ତିଙ୍କ ସହ ଆଇନଯିବି ସୁବାସ ଅଗ୍ରୱାଲ,ରତନ ଅଗ୍ରୱାଲ, ମୋନାଜ୍ ମହାନ୍ତି,ଧୀରେନ୍ଦ୍ର ଖେତନ୍,ଦୀପକ ମହାନ୍ତି,ଅନିଲ ଅଗ୍ରୱାଲ,ଦିନେଶ ଅଗ୍ରୱାଲ, ଗଣେଶ ଖେତନଙ୍କ ସହ ଅନ୍ୟ ସଦସ୍ୟ ମାନେ ରୁପ୍ରାରୋଡ ଷ୍ଟେସନ ମାଷ୍ଟର ଙ୍କ ଜରିଆରେ ପୂର୍ବତଟ ରେଳପଥ ର ଜେନେରାଲ ମେନେଜର ଭୁବନେଶ୍ଵର କୁ ଏକ ଦାବି ପତ୍ର ପ୍ରଦାନ କରି ନିଜ ଦାବି ଜଣାଇଛନ୍ତି |
କଳାହାଣ୍ଡିରୁ ରଞ୍ଜନ କୁମାର ମହାନ୍ତିଙ୍କ ରିପୋର୍ଟ
