ପ୍ରାର୍ଥନା ନାମରେ ଧର୍ମ ପରିବର୍ତ୍ତନ ଅଭିଯୋଗ

ବାଲେଶ୍ଵର ପ୍ରାର୍ଥନା ନାମରେ ଧର୍ମ ପରିବର୍ତ୍ତନ, ଅଭିଯୋଗ ପରେ ଗ୍ରାମର ଏକାଧିକ ମହିଳାଙ୍କୁ ଆକ୍ରମଣ। ଜଣେ ଯୁବକ ଜଣେ ମହିଳା ଅଟକ ସହ ଗାଁରେ ଉତ୍ତେଜନା। ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଦୁଇ ଅଟକଙ୍କୁ ଉଠାଇଲା ବେଳେ ନ୍ୟାୟ ପାଇଁ ପୋଲିସ ଗ୍ରାମବାସୀ ମୁହାଁମୁହିଁ, ରାସ୍ତା ମଝିରେ ବସି ପ୍ରତିବାଦ କଲେ ମହିଳା। ସୂଚନା ଅନୁଯାଇ ବାଲେଶ୍ଵର ସଦର ଥାନା ଅନ୍ତର୍ଗତ ବଇଁଞ୍ଜା ନିଶ୍ଚିନ୍ତା ଅଞ୍ଚଳରେ ସ୍ୱାମୀ ସ୍ତ୍ରୀ ଜନୈକ ବ୍ୟକ୍ତିଙ୍କ ଘରେ ଦେହ ଅସୁସ୍ଥ ଓ ପ୍ରାର୍ଥନା ନାମରେ ଧର୍ମ ପରିବର୍ତ୍ତନ କରୁଥିଲେ। ଏଭଳିକି ଧର୍ମ ପରିବର୍ତ୍ତନ କଲେ ଧନ ସମ୍ପତି ବଢିବ, ବଡ ଲୋକ, ଭଲରେ ରହିବ ବୋଲି ଉଭୟ ସ୍ୱାମୀ ସ୍ତ୍ରୀ ଲୋକଙ୍କୁ କହୁଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ଖବର ପାଇ ସ୍ୱାମୀ ସ୍ତ୍ରୀ ଧରି ଛେଚିବା ସହିତ ପୋଲିସରେ ଜିମା ଦେଇଛନ୍ତି। ବିଳମ୍ବିତ ରାତିରେ ଗାଁରେ ଚାପା ଉତ୍ତେଜନା ସହିତ ଅନେକ ପୁରୁଷ ମହିଳା ଏକତ୍ରିତ ହୋଇ କାଯ୍ୟାନୁଷ୍ଠାନ ଦାବିରେ ରାସ୍ତାରେ ବସିଥିଲେ, ଏନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇବା ପରେ ଘଟଣା ସ୍ଥଳରେ ସଦର ଥାନା ଆଇଆଇସି ସୁଲେଖାନ ମୁର୍ମୁଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ପହଞ୍ଚି ଲୋକଙ୍କୁ ବୁଝାସୁଝା ସହିତ ସଠିକ ତଦନ୍ତ କାଯ୍ୟାନୁଷ୍ଠାନ ପ୍ରତିଶୃତି ପରେ ଘଟଣା ଶାନ୍ତ ପଡିଥିଲା।

Leave a Reply

Your email address will not be published. Required fields are marked *