ସରକାରୀ ଅଧିକାରୀଙ୍କୁ ତାଗିଦ୍ କଲେ ଲୋକ ପ୍ରତିନିଧି

କୋରାପୁଟ ଜିଲ୍ଲାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅଧିକାଂଶ ପ୍ରକଳ୍ପ ସମ୍ପର୍କରେ ସରକାର ଅଧିକାରି ଲୋକ ପ୍ରତିନିଧିଙ୍କୁ ଅବଗତ କରୁନାହାନ୍ତି। ବୈଠକରେ ସଠିକ୍ ତଥ୍ୟ ହେଉନାହାନ୍ତି। କୋରାପୁଟ ଜିଲ୍ଲା ପରିଷଦ ବୈଠକରେ ସରକାର ଅଧିକାରୀଙ୍କୁ ମନମୁଖୀ କାମ ପାଇଁ ଚେତାବନୀ ଦେଇଛନ୍ତି କୋଟପାଡ଼ ବିଧାୟକ। ବିଧାୟକଙ୍କ କଡା ଟିପଣୀକୁ ନେଇ କଥା କଟାକଟି ହୋଇଥିଲା ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜୟପୁର ଆଇଟିଡିଏ। ସରକାରୀ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ଜିଲ୍ଲା ପରିଷଦ ସଭାପତି ଅସନ୍ତୋଷ ପ୍ରକାଶ କରିଥିବାର ସୂଚନା। ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ଅଧିକାରୀଙ୍କ ନିକଟରେ ପ୍ରକଳ୍ପ ସମ୍ପର୍କିତ ତ‌ଥ୍ୟ ନ ଦେଇ ବୈଠକରେ ଯୋଗ ଦେଉଥିବାରୁ ଅଧିକାରୀଙ୍କୁ ତାଗିଦ କରିଛନ୍ତି ଜିଲ୍ଲା ପରିଷଦ ସଭାପତି। ତେବେ ଆଗାମୀ ବୈଠକରେ ସବୁ ତଥ୍ୟ ଆଣିବାକୁ କହିବା ସହ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ଦେଢ଼ ବର୍ଷ ହେବ ନିଲ୍ଲା ଯୋଜନା ବୋର୍ଡ ଗଠନ ହୋଇନଥିବାରୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ି ରହିଛି। ତେବେ ଜିଲ୍ଲା ଯୋଜନା ବୋର୍ଡ କମିଟି ତୁରନ୍ତ ଗଠନ ପାଇଁ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *