ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଧର୍ମାନ୍ତରୀକରଣ ପାଇଁ ବାଧ୍ୟ କରାଯାଉଥିଲା ବୋଲି ବାପା ଏବଂ ଭାଇଙ୍କ ନାମରେ କାମାକ୍ଷାନଗର ଥାନାରେ ବଡ଼ ଝିଅ ଅଭିଯୋଗ କଲାପରେ ପୋଲିସ୍ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ରୁ ଏବେ ସାନ ଭଉଣୀ କୁ ଧର୍ମ ପରିବର୍ତନ ପାଇଁ ବାଧ୍ୟ କରୁଥିବା ଅଭିଯୋଗ କରି ଯୁବତୀ ଏସ.ପି ଙ୍କ ଦ୍ୱାରସ୍ତ ହୋଇଛନ୍ତି । ନିଜ ବଡ଼ ଭଉଣୀକୁ ଧର୍ମ ପରିବର୍ତ୍ତନ କରିବା ପାଇଁ ସବୁବେଳେ ବାଧ୍ୟ କରିବା ଓ ନିର୍ଯ୍ୟତନା ଦେବା ଫଳରେ ସାନ ଭଉଣୀ ଆଜି ଢ଼େଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରସ୍ଥ ହୋଇଛନ୍ତି । ତାଙ୍କୁ ଅର୍ଥ ଲୋଭ ପରେ ନିର୍ଯାତନା ଦେବା ସହିତ ଖ୍ରୀଷ୍ଟ ଧର୍ମ ଗ୍ରହଣ ପାଇଁ ତାଙ୍କ ନିଜ ବାପା, ଭାଇ ଓ ଭାଉଜଙ୍କ ସହ ପ୍ରେମ୍ ପାଣି ନାମକ ଜଣେ ପାଦ୍ରୀ ବାଧ୍ୟ କରୁଥିବା ସେ କହିଛନ୍ତି। ଧର୍ମ ପରିବର୍ତ୍ତନ ପାଇଁ ସିଧାସଳଖ ପ୍ରଲୋଭନ ଦେଖାଇବା ସହ ତାଙ୍କ ବାପା ସିଧାସଳଖ କହୁଛନ୍ତି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ, ନିଜ ବଡ଼ ଭଉଣୀ ବିଷୟରେ ମିଛ ସାକ୍ଷୀ ଦେ ନଚେତ ଘର ଛାଡ ବୋଲି ଗଣମାଧ୍ୟମ ଆଗରେ ସୂଚନା ପ୍ରଦାନ କରିଛନ୍ତି ପିଡିତା ଯୁବତି ।

ତେବେ ପୂର୍ବରୁ ଅଭିଯୋଗ ଯୁବତୀଙ୍କ ବଡ଼ ଭଉଣୀଙ୍କୁ ମଧ୍ୟ ନାନା ପ୍ରକାର ନିର୍ଯ୍ୟାତନା ଦେବା ସହିତ ତାଙ୍କୁ ଖ୍ରୀଷ୍ଟ ଧର୍ମଗ୍ରହଣ ପାଇଁ ବାଧ୍ୟ କରାଯାଉଥିଲା ସେ ଏଥିରେ ରାଜି ନହେବାରୁ ତାଙ୍କୁ ଘରେ ବନ୍ଦକରି ନିର୍ଯ୍ୟାତନା ଦିଆଯାଉଥିଲା | ଖବର ପାଇ କିଛି ବନ୍ଧୁଙ୍କ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା ବର୍ତ୍ତମାନ ସେ ସଖି ସେଣ୍ଟରରେ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କ ସାନ ଭଉଣୀଙ୍କୁ ବାଧ୍ୟ କରାଯାଉଛି ନିଜ ବଡ଼ ଭଉଣୀଙ୍କ ବିରୁଦ୍ଧରେ ମିଛ ସାକ୍ଷୀ ଦେବାପାଇଁ ପୂର୍ବରୁ ଏ ସମ୍ପର୍କରେ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ କିଛି ନଶୁଣିବାରୁ ଆଜି ଆମେ ଏସପିଙ୍କ ପାଖକୁ ଆସିଛୁ ବୋଲି କହିଛନ୍ତି ଅଭିଯୋଗକାରୀଙ୍କ ଓକିଲ ରୁପେଶ ମହାନ୍ତି |
ଘଟଣା ବିଷୟରେ ତଦନ୍ତ ପରେ ଯାହା ଜଣାପଡିବ ତେବେ ଅଭିଯୋଗ ସତ ହୋଇଥିଲେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ |
