ଢେଙ୍କାନାଳ ଆମ୍ବ ର ସ୍ୱାଦ ଚାଖିବେ ବିଦେଶୀ । ଢେଙ୍କାନାଳ ରୁ ସୁଆଦିଆ ଆମ୍ରପଲ୍ଲୀ ଆମ୍ବ ଲଣ୍ଡନ, ଜର୍ମାନୀ, ବର୍ମିଙ୍ଗହାମ ଭଳି ଦେଶକୁ ରପ୍ତାନୀ କରାଯାଇଛି। ଚଳିତ ବର୍ଷ ଓଡ଼ିଶାରୁ ପ୍ରଥମକରି ଢେଙ୍କାନାଳରୁ ଆମ୍ବ ବିଦେଶକୁ ପଠା ଯାଇଥିବା ବେଳେ ଆଗକୁ ଟନ୍ ଟନ୍ ଆମ୍ବ ଅନ୍ୟ ଦେଶକୁ ମଧ୍ୟ ରପ୍ତାନୀ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି।
Vo1 – ବିଦେଶରେ ବଢୁଛି ଢେଙ୍କାନାଳ ଆମ୍ବର ଚାହିଦା।ଏଥର ଲଣ୍ଡନ ସମେତ ଅନ୍ୟ ବିଦେଶୀ ନାଗରିକ ମଧ୍ୟ ସୁଆଦିଆ ଆମ୍ର ପଲ୍ଲୀ ଆମ୍ବ ର ମଜ୍ଜା ନେବେ।ରାଜ୍ୟରେ ପ୍ରଥମ କରି ଚଳିତ ବର୍ଷ ଏକ ଟନ ଆମ୍ବ ଢେଙ୍କାନାଳରୁ ସିଧା ଲଣ୍ଡନ କୁ ପଠାଯାଇଥିଲା । ଢେଙ୍କାନାଳ ସଦରବ୍ଲକ ଓ ଓଡ଼ାପଡ଼ା ବ୍ଲକ୍ ର ଚାଷୀଙ୍କ ଠାରୁ ଏହି ଆମ୍ବ ସବୁ ସଂଗ୍ରହ କରାଯାଇଥିଲା।ପରେ କିଛି ତାଲିମ ପ୍ରାପ୍ତ ମହିଳା ଓ ପୁରୁଷ ଙ୍କୁ ନେଇ ଆମ୍ବ ସବୁକୁ ଧୋଇ ପୋଛି ତାକୁ ସ୍ଵତନ୍ତ୍ର ଭାବେ ବକ୍ସ ପ୍ୟାକିଂ କରାଯାଇଥିଲା। ପରେ ଏହାକୁ ଲଣ୍ଡନ, ଜର୍ମାନୀ, ବର୍ମିଙ୍ଗହାମ କୁ ପଠାଯାଇଥିଲା। ଏଥିରେ ନିୟୋଜିତ ସ୍ଥାନୀୟ ମହିଳା ମାନେ ରପ୍ତାନୀ କ୍ଷେତ୍ରରେ କାମ କରି ବେଶ୍ ଦୁଇ ପଇସା ରୋଜଗାର ମଧ୍ୟ କରି ପାରୁଛନ୍ତି। ଯାହାକୁ ନେଇ ସେମାନେ ଖୁସି ବ୍ୟକ୍ତ କରିଛନ୍ତି। ଏପଟେ ଢେଙ୍କାନାଳର ଅନୁକୁଳ ପାଣିପାଗ ଓ ଜଳବାୟୁ ଆମ୍ବ ଚାଷକୁ ବେଶ ସୁହାଉଥିବାରୁ ବିଭିନ୍ନ ରକମର ଆମ୍ବ ଚାଷ ଏଠାରେ ସମ୍ଭବ ହୋଇଥାଏ।
ଭାରତ ସରକାରଙ୍କ ଆପେଡା ଓ ରାଜ୍ୟ ସରକାରଙ୍କ ପାଲାଡିୟମ ଏକ୍ସପୋର୍ଟ ଟିମ୍ ଉଦ୍ୟାନ ଓ କୃଷି ବିଭାଗ ତଥା ସ୍ଥାନୀୟ କୃଷି ଉତ୍ପାଦକ ସଂସ୍ଥାର ମିଳିତ ସହଯୋଗରେ ଏହି ରପ୍ତାନୀ କରାଯାଉଛି।ସ୍ଥାନୀୟ ମାର୍କେଟ୍ ଅପେକ୍ଷା ଆମ୍ବ ବିଦେଶ ରପ୍ତାନୀ କ୍ଷେତ୍ରରେ ଚାଷୀ ବେଶ୍ ଦୁଇ ପଇସା ଅଧିକା ରୋଜଗାର କରିବାରେ ସକ୍ଷମ ହେଉଛନ୍ତି।ଲୋକାଲ ମାର୍କେଟ୍ ରେ ଏହି ଆମ୍ରପଲ୍ଲୀ ଆମ୍ବକୁ ଚାଷୀ ୪୦ରୁ ୫୦ ଟଙ୍କାରେ ବିକ୍ରି କରୁଥିବା ବେଳେ ବିଦେଶ ମାର୍କେଟ କୁ ୭୦ରୁ ୮୦ ଟଙ୍କା ରେ ଦିଆଯାଉଛି।ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଚାଷୀ।ଏଭଳି ରପ୍ତାନୀ ଫଳରେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ମଧ୍ୟ ସୁଦୃଢ଼ ହେଉଛି।ଚଳିତ ବର୍ଷ ପ୍ରଥମ ପର୍ଯାୟରେ ଆମ୍ରପଲ୍ଲୀ ଆମ୍ବ ଲଣ୍ଡନ କୁ ରପ୍ତାନୀ ହୋଇଥିବା ବେଳେ ପରେ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଦୁବାଇ, ଲଣ୍ଡନ, ଜାପାନ, ୟୁକେ ଭଳି ଅନ୍ୟ ଦେଶକୁ ମଧ୍ୟ ରପ୍ତାନୀ ପାଇଁ ଅର୍ଡର ମିଳିଥିବା ଜଣାପଡ଼ିଛି। ଯାହାକୁ ନେଇ ଚାଷୀଙ୍କ ମନରେ ନୁତନ ଆଶା ସଞ୍ଚାର ହୋଇଛି।
ଚଳିତ ବର୍ଷ ଦୁଇଶହ ଟନରୁ ଉର୍ଦ୍ଧ ଆମ୍ବ କେବଳ ଢେଙ୍କାନାଳରୁ ବିଦେଶକୁ ରପ୍ତାନୀ ନେଇ ଲକ୍ଷ୍ୟ ରଖାଯାଇଛି। ବିଦେଶରୁ ଆମ୍ବ ରପ୍ତାନି ପାଇଁ ଅର୍ଡର ଥିବା ବେଳେ କାଳ ବୈଶାଖୀ ବ୍ୟବସାୟୀ ଙ୍କ ପାଇଁ ଚିନ୍ତାର ବିଷୟ ସାଜିଛି |
