ବିଜେପି ସରକାର ର ବିଫଳତା ଉପରେ ହିଞ୍ଜିଳି ରେ ମହିଳା ଙ୍କ ଗର୍ଜନ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଠାରେ ବିଜୁ ଜନତା ଦଳ ପକ୍ଷରୁ। ବିରାଟ “ନାରୀ ଅଧିକାର ଅଭିଯାନ ରାଲି” ଅନୁଷ୍ଠିତ ହୋଇଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବିରୋଧୀ ଦଳ ନେତା ଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ର ନେତୃତ୍ଵ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ  ଯୋଗଦେଇଥିଲେ। ରାଜ୍ୟ ରେ ବଢୁଥିବା ମହିଳା ନିର୍ଯାତନା ଓ ମହିଳା ଙ୍କ ବିଭିନ୍ନ ଦାବି କୁ ନେଇ ଏକ ବିରାଟ ରାଲି ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରୁ ବାହାରି ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନଗର ପରିକ୍ରମା କରି  ଡବଲ ଇଞ୍ଜିନ ସରକାର ବିରୋଧ ରେ ଗର୍ଜିଥିଲେ ଏହି ରାଲି ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା ମହିଳା ଙ୍କ ୩୩% ବିଭିନ୍ନ ଦାବି ସମ୍ବଳିତ ରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ବିଜେଡ଼ି ଜନ ପ୍ରତିନିଧି ଙ୍କ ସମେତ ହଜାର ହଜାର ମହିଳା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *